ଟିଆର୍‌ପି ଦୁର୍ନୀତି ମାମଲା, ହାଜର ହେଲେନି ରିପବ୍ଲିକ୍‌ ସିଏଫ୍‌ଓ

ନୂଆଦିଲ୍ଲୀ : ଟିଆର୍‌ପି ଦୁର୍ନୀତି ମାମଲାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ପକ୍ଷରୁ ରିପବ୍ଲିକ୍‌ ସିଏଫ୍‌ଓ ଏସ୍‌ ସୁନ୍ଦରମ୍‌ଙ୍କୁ ଆଜି ସମନ୍‌ କରାଯାଇଥିଲା। କିନ୍ତୁ ସୁନ୍ଦରମ୍‌ ଆଜି ମୁମ୍ବାଇ ପୁଲିସ ନିକଟରେ ହାଜର ହୋଇନାହାନ୍ତି। ଉକ୍ତ ମାମଲାରେ ଏକ ପିଟିସନ୍‌ ସୁପ୍ରିମକୋର୍ଟରେ ଦାଖଲ ହୋଇଛି। ତେଣୁ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ଶୁଣାଣି ନକରିବା ପର୍ଯ୍ୟନ୍ତ ପୁଲିସ ଉକ୍ତ ଘଟଣାରେ ତଦନ୍ତ କରିବା ଉଚିତ୍‌ ନୁ‌‌ହେଁ ବୋଲି ସେ କହିଛନ୍ତି। ସୁନ୍ଦରମ୍‌ କହିଛନ୍ତି, ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହେବା ପର୍ଯ୍ୟନ୍ତ ପୁଲିସ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର