ମୁମ୍ବାଇ: ‘ଟିଆର୍ପି’ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଘଟଣାରେ ମଙ୍ଗଳବାର ଦିନ ରିପବ୍ଲିକ୍ ଟିଭିର ଡିଷ୍ଟ୍ରିବ୍ୟୁସନ୍ ହେଡ୍ ଘନଶ୍ୟାମ ସିଂହଙ୍କୁ ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଛି। ଏହି ମାମଲାରେ ତଦନ୍ତକାରୀମାନେ ସିଂହଙ୍କୁ ମିଶାଇ ୧୨ ଜଣଙ୍କୁ ଗିରଫ କଲେଣି।
‘ରିପବ୍ଲିକ୍ ମିଡିଆ ନେଟ୍ୱାର୍କ’ର ଉପାଧ୍ୟକ୍ଷ ଥିବା ସିଂହଙ୍କୁ ଆଜି ସକାଳ ପ୍ରାୟ ୭.୪୦ରେ ତାଙ୍କ ବାସଭବନରୁ ଉଠାଇ ନିଆଯାଇଥିଲା। ଏହି ମାମଲାରେ ମୁମ୍ବାଇର କ୍ରାଇମ୍ ଇଣ୍ଟେଲିଜେନ୍ସ୍ ୟୁନିଟ୍ ଏକାଧିକ ଥର ପଚରାଉଚୁରା କରିଛି।
/sambad/media/post_attachments/wp-content/uploads/2020/11/tv.jpg) Image Courtesy of The Week
 Image Courtesy of The Weekଏକ ବିବୃତିରେ ‘ରିପବ୍ଲିକ୍ ଟିଭି’ ସିଂହଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ଦାବି କରିଛି ଯେ, ମୁମ୍ବାଇ ପୁଲିସର ବିଦ୍ବେଷ ପରାୟଣ ଅଭିଯାନରେ ତାଙ୍କୁ ଅକାରଣ ସରବ୍ୟ କରାଯାଇଛି।
‘ଟେଲିଭିଜନ୍ ରେଟିଙ୍ଗ୍ସ୍ ପଏଣ୍ଟ୍’ ଦୁର୍ନୀତିରେ ସମ୍ପୃକ୍ତି ଅଯୋଗରେ ପୁଲିସ ତଦନ୍ତ କରୁଥିବା ଗଣମାଧ୍ୟମଗୁଡ଼ିକ ମଧ୍ୟରୁ ‘ରିପବ୍ଲିକ୍ ଟିଭି’ ଅନ୍ୟତମ। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଗଣମାଧ୍ୟମ ‘ବକ୍ସ୍ ସିନେମା’ ଏବଂ ମରାଠୀ ଚାନେଲ୍ ‘ଫକ୍ତ ମରାଠୀ’ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପରେ ‘ନିଉଜ୍ ଷ୍ଟେସନ୍’ ଏବଂ ‘ମହାମୁଭି’ ଚାନେଲ୍କୁ ମଧ୍ୟ ଔପଚାରିକ ଭାବେ ଏହି ମାମଲାରେ ସାମିଲ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/trp.jpg)
