ତେଲେଙ୍ଗାନାରେ ଟିଆର୍‌ଏସ୍‌ ଯାଦୁ

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କେସିଆର୍‌ଙ୍କ ଟିଆର୍‌ଏସ୍‌ ଯାଦୁ ଦେଖାଇଛି। ରାଜ୍ୟ ବିଧାନସଭାର ମୋଟ ୧୧୯ ଆସନ ମଧ୍ୟରୁ ଟିଆର୍‌ଏସ୍‌ (ତେଲେଙ୍ଗାନା ରାଷ୍ଟ୍ର ସମିତି) ଏକାକୀ ୮୮ ଆସନରେ ଜିତି ସ୍ପଷ୍ଟ ବହୁମତ ହାସଲ କରିନେଇଛି। ସରକାର ଗଢ଼ିବା ଲାଗି ମ୍ୟାଜିକ୍‌ ଅଙ୍କ ୬୦ ଥିଲା ବେଳେ ଟିଆର୍‌ଏସ୍‌ ଏହାକୁ ପାର୍‌ କରିଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟକୁ ପୁଣି ଶାସନ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷ‌ରେ ଏଠାରେ କଂଗ୍ରେସକୁ ୨୧ ଆସନ ମିଳିଥିବା ବେଳେ ବ‌ିଜେପି ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି। ଅସଦୁଦ୍ଦିନ୍‌ ଅୱେସିଙ୍କ ଏଆଇଏମ୍‌ଆଇଏମ୍‌କୁ ଏଥର ଭଲ ସଫଳତା ମିଳିଛି। ଦଳର ପ୍ରାର୍ଥୀମାନେ ୭ଟି ଆସନରେ ବିଜୟ ଲାଭ କରିଛନ୍ତି। ଚନ୍ଦ୍ରୟାନ ଗୁଟ୍ଟା ନିର୍ବାଚନମଣ୍ଡଳୀରୁ ଅୱେସି ପ୍ରାୟ ୫୦ହଜାର ଭୋଟ୍‌ରେ ବିଜୟୀ ‌ହୋଇଛନ୍ତି।

ସମ୍ବନ୍ଧିତ ଖବର