ମିନିଟ୍ରକ ଓଲଟି ୧୨ ଜଣ ଶ୍ରମିକଙ୍କର ମୃତ୍ୟୁ, ଅଧିକାଂଶ ଶ୍ରମିକ ବିହାର ଓ ଉତ୍ତରପ୍ରଦେଶର ହୋଇଥିବା ସୂଚନା

ନାଗପୁର: ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରେ ଏକ ଗାଡି ଓଲଟି ପଡ଼ିବା ପରେ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ନିର୍ମାଣାଧୀନ ରାଜପଥ ପ୍ରକଳ୍ପରେ କାର୍ଯ୍ୟ କରିବାକୁ ଆଜି ଦିନ ପ୍ରାୟ ୨ଟାବେଳେ ପ୍ରାୟ ୧୬ ଜଣ ଶ୍ରମିକ ଯାଉଥିଲେ | ତେବେ ଡ୍ରାଇଭର ଭାରସାମ୍ୟ ହରାଇବରୁ ମିନିଟ୍ରକ୍ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୧୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି | ଅନ୍ୟ ଆହତ ଶ୍ରମିକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଉତ୍ତରପ୍ରଦେଶ ଏବଂ ବିହାରର ହୋଇଥିବାବେଳେ ଜଣେ ଅଧିକାରୀ କହିଛନ୍ତି ଯେ ଦୁସରବିଦ୍ ଗାଁ ନିକଟ ତାଡେଗାଓଁଠାରେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ନାଗପୁର-ମୁମ୍ବାଇ ସମୃଦ୍ଧି ଏକ୍ସପ୍ରେସୱେ ପ୍ରକଳ୍ପ କାମ ପାଇଁ ନିଆଯାଇଥିଲା। ଗାଡିରେ ସମୁଦାୟ ୧୬ ଜଣ ଶ୍ରମିକ ଥିଲେ। ସେହିପରି ରାସ୍ତାରେ ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ଗାଡିଟି ଓଲଟି ପଡିଥିଲା।

ସମ୍ବନ୍ଧିତ ଖବର