ଜୟପୁର : ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବରଯାତ୍ରୀମାନେ ଖୁସିରେ ନାଚି ନାଚି ରାସ୍ତା ପାର୍ ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ମାଡ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୨ ଜଣ ଆହତ ହୋଇଛନ୍ତି। ପ୍ରତାପଗଡ଼ ଜିଲ୍ଲା ସ୍ଥିତ ବଣ୍ଡୋଲିର ରାମଦେବ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଜିଲ୍ଲାପାଳ ଏସଏସ୍ ରାଜପୁରୋହିତ କହିଛନ୍ତି ଯେ ୧୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଆହତଙ୍କ ମଧ୍ୟରେ ବର ଏବଂ କନ୍ୟା ମଧ୍ୟ ଥିବା ମଧ୍ୟ ଜଣାପଡ଼ିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ବରଯାତ୍ରୀଙ୍କ ଉପରକୁ ମାଡ଼ିଗଲା ଟ୍ରକ୍:୧୩ ମୃତ, ୨୨ ଆହତ
/sambad/media/post_attachments/wp-content/uploads/2019/02/baraat-accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)