ଝାଲୱାର: ରାଜସ୍ଥାନର ଝାଲଵାର ଜିଲ୍ଲାରେ ଆଜି ଭୋର୍ରେ ଏକ କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। କାର୍ଟି ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଝାଲାଵାର ଆରକ୍ଷୀ ଅଧୀକ୍ଷକ ରିଚା ଟୋମେର କହିଛନ୍ତି ଯେ ଭୋପାଳର ଡୁଙ୍ଗରୀ ଗାଁରୁ କାର୍ଟି ଫେରୁଥିଲା ବେଳେ ଏକଲେରା ଗ୍ରାମ ନିକଟରେ ରାତି ୨ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇ ଝାଲୱାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ମୃତକଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ଓ ସେମାନେ ସାଙ୍ଗ ବୋଲି ଜଣାପଡ଼ିଛି।
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ୯ ମୃତ
/sambad/media/post_attachments/wp-content/uploads/2024/04/hkfkhkfkhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)