ଲକ୍ଷ୍ମୌ: ସୋମବାର ମଧ୍ୟ ରାତିରେ କାନପୁର ଓ ଲକ୍ଷ୍ମୌ ଏନ୍ଏଚ-୨୫ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତ୍ତିଙ୍କ ସମେତ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ଆନନ୍ଦ ଶୁକ୍ଳା, ରିଙ୍କି, ନନ୍ଦିତା ଓ ଧର୍ମେନ୍ଦ୍ର ଶୁକ୍ଳା ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/01/7423012018045725-300x200.jpg)
ସୂଚନାଯୋଗ୍ୟ, ମୃତକ ଆନନ୍ଦ ଶୁକ୍ଳା, ରିଙ୍କି, ନନ୍ଦିତା ଓ ଧର୍ମେନ୍ଦ୍ର ଶୁକ୍ଳା ସମସ୍ତେ ବାଇକ୍ରେ ଲକ୍ଷ୍ମୌ ଯାଉଥିଲେ। ଏହି ସମୟରେ ନବାବଙ୍ଗଜ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୪ଜଣ ବାଇକ୍ରୁ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିାଲ। ପୁଲିସ ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପରିବାରରେ ଖବର ଦେବା ପରେ ସେମାନଙ୍କ ଭିତରେ ଶୋକକୂଳ ବାତାବଣ ସୃଷ୍ଟି ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତଦେହକୁ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/xparivar1-1516696811.jpg.pagespeed.ic_.CisUTER7dL.jpg)