ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଦ୍ରୁତଗାମୀ ଟ୍ରକ ଏକ କାର୍କୁ ଧକ୍କା ଦେବା ପରେ ପଥଚାରୀଙ୍କୁ ଦଳି ଦେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ କିଛି ବ୍ୟକ୍ତି ଆହତ ହୋଇଛନ୍ତି। କାର୍ ଭିତରେ ମଧ୍ୟ ୪ରୁ ୫ ଜଣ ଫସି ରହିଥିଲେ। ଘଟଣା ସ୍ଥଳରେ କ୍ରେନ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଲକ୍ଷ୍ନୌ-କାନପୁର ରାଜପଥ ନିକଟରେ ଅଚଳଗଞ୍ଜ ଥାନା ଅଧୀନରେ ଏହି ଦୁର୍ଘଟଣା ଘଟିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp