ଭୋପାଳ: ଆଜି ମଧ୍ୟପ୍ରଦେଶରେ ଏକ ଚା’ ଦୋକାନ ଉପରକୁ ଟ୍ରକ୍ ମାଡ଼ିଯିବାଫଳରେ ୨ ଶିଶୁଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଛି। ଅନେକଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ବରେଲା ଗ୍ରାମରେ ଉକ୍ତ ଦୁର୍ଘଟଣାଟି ଘଟିଛି। ପୁଲିସ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି ଟ୍ରକ୍ ଡ୍ରାଇଭରଟି ଖୁବ୍ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାବେଳେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଖବର ପାଇ ସଙ୍ଗେସଙ୍ଗେ ପୁଲିସ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।ତେବେ ଦୁର୍ଘଟଣାପରେ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରି ଉପସ୍ଥିତ ଥିବା ପୁଲିସ ଉପରକୁ ପଥର ମାଡ଼ କରିବାସହ ଏକ ପୁଲିସ ଗାଡ଼ି ଜାଳିଦେଇଛନ୍ତି ବୋଲି ଜବଲପୁର ଡିଆଇଜି ବିଏସଚୌହାନ କହିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୨୫,୦୦୦ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।
ଚା ଦୋକାନ ଉପରକୁ ଟ୍ରକ୍ ମାଡ଼ିଗଲା, ୮ ମୃତ
/sambad/media/post_attachments/wp-content/uploads/2018/02/63011373.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)