କାନାଡାରେ ଖଲିସ୍ତାନୀଙ୍କ ଆଡ଼ା ଥିବା ସ୍ବୀକାର କଲେ ଟ୍ରୁଡୋ

Advertisment

ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଥମ ଥର ପାଇଁ ନିଜ ଦେଶରେ ଖଲିସ୍ତାନୀ ସମର୍ଥକଙ୍କ ଆଡ଼ା ତଥା ସଂଗଠନ ଥିବା ସ୍ୱୀକାର କରିଛନ୍ତି।

ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଥମ ଥର ପାଇଁ ନିଜ ଦେଶରେ ଖଲିସ୍ତାନୀ ସମର୍ଥକଙ୍କ ଆଡ଼ା ତଥା ସଂଗଠନ ଥିବା ସ୍ୱୀକାର କରିଛନ୍ତି।

jjljgjlgljjgl

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଥମ ଥର ପାଇଁ ନିଜ ଦେଶରେ ଖଲିସ୍ତାନୀ ସମର୍ଥକଙ୍କ ଆଡ଼ା ତଥା ସଂଗଠନ ଥିବା ସ୍ୱୀକାର କରିଛନ୍ତି। କିନ୍ତୁ ତୁରନ୍ତ ସେ କହିଥିଲେ ଯେ ଏହି ଖଲିସ୍ତାନୀମାନେ ସମଗ୍ର ଶିଖ୍ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ। ଅଟାୱାର ପାର୍ଲାମେଣ୍ଟ ହିଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜୁନ୍ ୨୦୨୩ରେ ବ୍ରିଟିସ କଲମ୍ବିଆର ସରେସ୍ଥିତ ଏକ ଗୁରୁଦ୍ୱାରା ବାହାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ନିହତ ହେବା ପରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଏହି ହତ୍ୟାକାଣ୍ଡରେ ଭାରତ ସମ୍ପୃକ୍ତ ବୋଲି ଟ୍ରୁଡୋଙ୍କ ଅଭିଯୋଗ ପରେ କୂଟନୈତିକ ଉତ୍ତେଜନା ଲାଗି ରହିଛି। ନିଜ ଦୀପାବଳି ଅଭିଭାଷଣରେ ଟ୍ରୁଡୋ କହିଥିଲେ, କାନାଡାରେ ଖଲିସ୍ତାନର ଅନେକ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ସମଗ୍ର ଶିଖ୍ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ। ସେହିପରି କାନାଡାରେ ମୋଦୀ ସରକାରଙ୍କ ସମର୍ଥକ ଅଛନ୍ତି, କିନ୍ତୁ କାନାଡାର ସବୁ ହିନ୍ଦୁ ମୋଦୀଙ୍କ ସମର୍ଥକ ନୁହନ୍ତି।

ଚଳିତ ସପ୍ତାହ ପ୍ରାରମ୍ଭରେ କାନାଡାର ବ୍ରାମ୍ପଟନରେ ଥିବା ଏକ ମନ୍ଦିରରେ କିଛି ବିକ୍ଷୋଭକାରୀ ଖାଲିସ୍ତାନୀ ପତାକା ଉତ୍ତୋଳନ କରି ଶ୍ରଦ୍ଧାଳୁଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ଭାରତୀୟ ଓ କାନାଡା ନାଗରିକଙ୍କ ଉପସ୍ଥିତିରେ ହେଉଥିବା ଏକ ଦୂତାବାସ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ହିଂସାକୁ ନିନ୍ଦା କରି କହିଛନ୍ତି ଯେ ପ୍ରତ୍ୟେକ କାନାଡାବାସୀ ଶାନ୍ତିରେ ନିଜ ଆସ୍ଥା ପାଳନ କରିବାର ଅଧିକାର ରହିଛି। ବ୍ରାମ୍ପଟନର ହିନ୍ଦୁ ସଭା ମନ୍ଦିରରେ ଘଟିଥିବା ହିଂସାକାଣ୍ଡ ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ କାନାଡାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଭାରତ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏଭଳି ଆକ୍ରମଣକୁ କଡ଼ା ନିନ୍ଦା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe