ସାବରମତି ଆଶ୍ରମରେ ଟ୍ରୁଡ୍ୟୁ ପରିବାର

ନୂଆଦିଲ୍ଲୀ : ଗତ ଶନିବାର ଠାରୁ ସାତ ଦିନିଆ ଭାରତ ଗସ୍ତରେ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମମାଟି ଗୁଜରାଟ ଗସ୍ତ କରିଛନ୍ତି। ଆଜି ଟ୍ରୁଡ୍ୟୁଙ୍କ ପରିବାର ଭାରତୀୟ ପାରମ୍ପରିକ ପୋଷାକ ପରିଧାନ କରି ଅହମଦାବାଦ୍‌ରେ ସାବରମତି ଆଶ୍ରମ ବୁଲିବା ସହ ଗାନ୍ଧୀନଗର ସ୍ଥିତ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି। ସେହିପରି ଅପରାହ୍ନରେ ଟ୍ରୁଡ୍ୟୁ ଆଇଆଇଏମ୍‌ ଅହମଦାବାଦ୍‌ର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଟ୍ରୁଡ୍ୟୁଙ୍କ ସହ ତାଙ୍କ ପତ୍ନୀ ଏବଂ ପିଲାମାନେ ସାବରମତି ଆଶ୍ରମରେ ଚରଖାରେ ସୂତା କାଟିବା ସହ ପରିସରରେ ବୁଲି ଖୁବ୍‌ ଶାନ୍ତି ଲାଭ କରିଥିବା କହିଛନ୍ତି। ଗତକାଲି ଟ୍ରୁଡ୍ୟୁଙ୍କ ପରିବାର ଆଗ୍ରା ତାଜମହଲ ପରିଦର୍ଶନ କରିଥିଲେ। ଆସନ୍ତା ୨୩ ତାରିଖରେ କାନାଡ଼ା ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଆସନ୍ତାକାଲି ଟ୍ରୁଡ୍ୟୁ ପଞ୍ଜାବ୍‌ର ଅମୃତସର ଗସ୍ତ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟ୍ରୁଡ୍ୟୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର