ଟ୍ରୁକଲର ଆଣିଲା ‘କଲ୍ ରିଜିନ୍’ ଫିଚର: ଏଣିକି କିଏ, କାହିଁକି କଲ୍ କରିଛି ଜାଣିପାରିବେ ବ୍ୟବହାରକାରୀ

ନୂଆଦିଲ୍ଲୀ: ଆପଣଙ୍କୁ କିଏ, କାହିଁକି କଲ୍ କରୁଛି? ଏଣିକି ଆପଣ ତାହା ଜାଣିପାରିବେ | ଆପଣଙ୍କ ପାଖକୁ କିଏ କଲ୍ କରିଛି ପୂର୍ବରୁ ତାହା ଟ୍ରୁକଲର ଦେଖାଉଥିବା ବେଳେ ଏବେ କଲ କରିଥିବା ଲୋକଟି କାହିଁକି କଲ କରିଛି ତାହା ଜାଣି ହେବା | ଏ ନେଇ ଏକ ନୂଆ ଫିଚର୍ସ ‘କଲ ରିଜିନ’ ଆରମ୍ଭ କରିଛି ଟ୍ରୁକଲର । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କେମିତି ଏହା ସମ୍ଭବ ହୋଇପାରିବ ।

ଟ୍ରୁକଲର୍ ଆପ୍ ହୁଏତ ସମସ୍ତଙ୍କ ସ୍ମାର୍ଟଫୋନରେ ରହିଥିବ । ତେବେ କମ୍ପାନି ପକ୍ଷରୁ କଲର ଆଇଡିରେ କିଛି ନୂଆ ଅପସନ୍ ଆଡ୍ କରାଯାଇଛି । ଆଉ ଏହି ନୂଆ ଫିଚରର ନାଁ ରହିଛି ‘କଲ୍ ରିଜିନ୍’ । ଏହି ଫିଚର ଅନୁଯାୟୀ, ମୋବାଇଲ୍ ବ୍ୟବହାରକାରୀ କଲ୍ କରିବାର କାରଣ ସେଟ୍ କରିପାରିବେ । ଆଉ ଏହା ପରେ ଆପଣଙ୍କ ମୋବାଇଲକୁ ଯେକୌଣସି ନମ୍ବରରୁ କଲ୍ ଆସିଲେ ଆପଣ ଜାଣିପାରିବେ ଯେ, ଯିଏବି ଆପଣଙ୍କୁ କଲ୍ କରିଛନ୍ତି, ସେ କାହିଁକି କଲ୍ କରିଛନ୍ତି ।

Truecaller introduces a new 'Call Reason' feature for all android users: How it works- Technology News, Firstpost
Firstpost

ତେବେ ଟ୍ରୁକଲରର ଏହି ନୂଆ ଫିଚର ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଜାରି କରାଯାଉଛି । ଯଦି ଆପଣ ମଧ୍ୟ ଏହି ଆପ୍ ବ୍ୟବହାର କରୁଛନ୍ତି, ତେବେ ଗୁଗୁଲ୍ ପ୍ଲେ ଷ୍ଟୋର ଜରିଆରେ ଏହାକୁ ଅପଡେଟ୍ କରାଇ ନୂଆ ଫିଚର ପାଇପାରିବେ ।

ଏବେ ଆସନ୍ତୁ ଜାଣିବା ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣ କଣ କରିବେ । କାହାକୁ କଲ୍ କରିବା ସମୟରେ ଟ୍ରୁକଲରରେ ଆପଣଙ୍କୁ ମେସେଜ୍ ଲେଖିବାର ଏକ ଅପସନ୍ ମିଳିବ । କଲ୍ କରିବା ପୂର୍ବରୁ ଆପଣ ଯାହାବି ମେସେଜ୍ ଲେଖିବେ, ତାହା କଲ ରିସିଭ୍ କରୁଥିବା ବ୍ୟକ୍ତିଙ୍କ ସ୍କ୍ରିନ ଉପରେ ଦେଖାଯିବ । ଯେଉଁଥିରେ ନାଁ ଏବଂ କଲ୍ କରିବାର କାରଣ ରହିଥିବ । ଯଦି କଲ୍ ରିସିଭ୍ ନହେଉଛି, ତେବେ ମିସଡ କଲ ହେଲେ ମଧ୍ୟ ପରେ ଆପଣ ଜାଣିପାରିବେ ଯେ, ଜଣେ ଆପଣଙ୍କୁ କାହିଁକି କଲ୍ କରିଥିଲେ ।

ତେବେ ସବୁଠାରୁ ବଡ କଥା ହେଉଛି, ଏହି ଫିଚର ସେତେବେଳେ କାମ କରିବ, ଯେତେବେଳେ କଲର ଏବଂ ରିସିଭର ଉଭୟଙ୍କ ମୋବାଇଲ୍ ଫୋନରେ ଟ୍ରୁକଲର ଆପ୍ ଇନଷ୍ଟଲ୍ ରହିଥିବ । ‘କଲ୍ ରିଜିନ୍’ ଫିଚର ବ୍ୟତୀତ ଏହି ଅପଡେଟ୍ ସହ କିଛି ନୂଆ ଫିଚର ମଧ୍ୟ ଦିଆଯିବ । ଏଥିରେ ଏସଏମଏସ୍ ମେସେଜ୍ ସିଡ୍ୟୁଲ୍ କରିବାର ଅପସନ୍ ମଧ୍ୟ ରହିବ । ଯଦି ଆପଣ କାହାକୁ ମେସେଜ୍ କରୁଛନ୍ତି, ତେବେ ସେହି ମେସେଜ୍ ଡେଲିଭର୍ ହେବାର ଡେଟ୍ ଏବଂ ଟାଇମ୍ ମଧ୍ୟ ମେନସନ୍ କରିପାରିବେ ।

ସମ୍ବନ୍ଧିତ ଖବର