ନୂଆଦିଲ୍ଲୀ: ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ତାଙ୍କ ପାଇଁ ପ୍ରକୃତରେ ଗୋଟାଏ ବିଶେଷ ଯାତ୍ରା ବୋଲି ଆଜି ଏହାର ୧୦୦ତମ ସଂସ୍କରଣ ପ୍ରସାରଣ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପୂର୍ବାହ୍ନ ୧୧ଟାରେ ‘ମନ୍ କୀ ବାତ୍’ ପ୍ରସାରଣ ଶୁଣନ୍ତୁ। ବାସ୍ତରେ ଏହା ଗୋଟାଏ ବିଶେଷ ଯାତ୍ରା, ଯେଉଁଥିରେ ଆମେ ଭାରତବାସୀଙ୍କର ସମ୍ମିଳିତ ଭାବନାକୁ ସ୍ବୀକୃତି ଦେବା ସହିତ ପ୍ରେରଣାଦୟୀ ଜୀବନଯାତ୍ରା ଉପରେ ଗୁରୁତ୍ବାରୋପ କରିଛନ୍ତି।
Do tune in at 11 AM for #MannKiBaat100. This has been a truly special journey, in which we have celebrated the collective spirit of the people of India and highlighted inspiring life journeys. pic.twitter.com/FL0vCy9P15
— Narendra Modi (@narendramodi) April 30, 2023
ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୦୦ତମ ସଂସ୍କରଣରେ ଉଦ୍ବୋଧନ ଦେବେ। ଏହା ଜାତିସଂଘର ‘ଟ୍ରଷ୍ଟିସିପ୍ କାଉନ୍ସିଲ୍ ଚେମ୍ବର୍’ରେ ମଧ୍ୟ ପ୍ରସାରଣ କରାଯିବ।
ସ୍ମରଣଯୋଗ୍ୟ, ୨୦୧୪ ଅକ୍ଟୋବର ୩ ତାରିଖରେ ପ୍ରଥମେ ରେଡିଓରେ ‘ମନ୍ କୀ ବାତ୍’ ପ୍ରସାରିତ ହୋଇଥିଲା। ସେବେଠାରୁ ଏହା ପ୍ରତି ମାସର ଶେଷ ରବିବାର ପୂର୍ବାହ୍ନ ୧୧ଟା ବେଳେ ସମଗ୍ର ‘ଆକାଶବାଣୀ’ ଓ ‘ଦୂରଦର୍ଶନ’ ନେଟ୍ୱାର୍କରେ ପ୍ରସାରିତ ହୋଇଆସୁଛି। ଆଜି ଏହି ୩୦ ମିନିଟ୍ବିଶିଷ୍ଟ ବେତାର କାର୍ଯ୍ୟକ୍ରମର ଶତତମ ସଂସ୍କରଣ ପ୍ରସାରଣ କରାଯିବ।