କ୍ୟାମ୍ପ୍ ଡେଭିଡ୍: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ସହ ଟେଲିଫୋନ୍ରେ କଥା କହିବାକୁ ଅନ୍ୟନ୍ତ ଆଗ୍ରହୀ ବୋଲି ଶନିବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି। ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ କଥାବାର୍ତ୍ତାରୁ ସକାରାତ୍ମକ ଫଳ ମିଳିବ ବୋଲି ଟ୍ରମ୍ପ୍ ଆଶା କରିଛନ୍ତି।
ଆସନ୍ତା ସପ୍ତାହରେ ଦକ୍ଷିଣ କୋରିଆ ସହ ଆନୁଷ୍ଠାନିକ ଆଲୋଚନା କରିବ ବୋଲି ଉତ୍ତର କୋରିଆ ଶୁକ୍ରବାର ଦିନ ରାଜି ହୋଇଛି। ମେରିଲାଣ୍ଡସ୍ଥିତ କ୍ୟାମ୍ପ୍ ଡେଭିଡ୍ରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍ କହିଛନ୍ତି ଯେ ସେ ଟ୍ରମ୍ପ୍ଙ୍କ ସହ କଥାବାର୍ତ୍ତା କରିବାକୁ ଆଗ୍ରହୀ, କିନ୍ତୁ ଏଥି ପାଇଁ ସର୍ତ୍ତ ରହିବ। ଟ୍ରମ୍ପ୍ କହିଛନ୍ତି: ନିଶ୍ଚୟ, ମୁଁ କଥା କହିବି। ସେଥିରେ ମୋର କିଛି ଅଡୁଆ ନାହିଁ।
ଟ୍ରମ୍ପ ଏବଂ କିମ୍ ପରସ୍ପର ପ୍ରତି ଅପମାନ ସୂଚକ ମନ୍ତବ୍ୟ ଆଦାନପ୍ରଦାନ କରିଆସୁଛନ୍ତି।