ଭାରତକୁ ଲଢୁଆ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଟ୍ରମ୍ପ ପ୍ରଶାସନର ସବୁଜ ସଂକେତ, ବହୁଗୁଣିତ ହେବ ଭାରତର ସାମରିକ ଶକ୍ତି

0

ନୂଆଦିଲ୍ଲୀ : ଭାରତକୁ ଲଢୁଆ ଡ୍ରୋନ ଓ ମିସାଇଲ ଡିଫେନ୍ସ ସିଷ୍ଟମ ବିକ୍ରି ପ୍ରସ୍ତାବକୁ ଟ୍ରମ୍ପ ପ୍ରଶାସନ ସବୁଜ ସଂକେତ ଦେଇଛି । ଏହା ଫଳରେ ଭାରତ ଏହି ଶକ୍ତିଶାଳୀ ଗାର୍ଡିଆନ ଲଢୁଆ ଡ୍ରୋନ ପାଇବାର ପଥ ପରିଷ୍କାର ହୋଇଛି ।

ନିକଟରେ ମିଳିଥିବା ସୂଚନା ଅନୁସାରେ ଭାରତ ୨୨ଟି ନୁହେଁ ୧୨ ଟି ସି ଗାର୍ଡିଆନ ଡ୍ରୋନ କିଣିବାକୁ ଯୋଜନା କରୁଛି । ଏହା ସହିତ ଏମକ୍ୟୁ-୯ ରିପର ଡ୍ରୋନ ମଧ୍ୟକିଣିବାକୁ ମଧ୍ୟ ଯୋଜନା କରୁଛି । ସି ଗାର୍ଡିଆନ ହେଉଛି ଆମେରିକାର ଲଢୁଆ ପ୍ରିଡେଟର ଡ୍ରୋନର ନାଭାଲ ଭର୍ସନ । ଏଥିରେ ଅତି ଉଚ୍ଚରୁ ପ୍ରହରା ଦେଇପାରିବ ଓ ତାସହିତ ଏଥିରେ ହେଲଫାୟାର କ୍ଷେପଣାସ୍ତ୍ର ଓ ଲେଜର ବମ ଖଞ୍ଜି ହେବ। ଯଦି ଭାରତ ଏହି ଡ୍ରୋନ ପାଇବାରେ ସକ୍ଷମ ହୁଏ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ । ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ । ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ । ଡ୍ରୋନ ପଠାଇ ଏହି କାମ କରିହେବ ।

ସମ୍ବନ୍ଧିତ ଖବର