କଶ୍ମୀର ପ୍ରସଙ୍ଗ ଟ୍ରମ୍ପ୍‌ ପୁଣି ମଧ୍ୟସ୍ଥତା ପ୍ରସ୍ତାବ ଉଠାଇଲେ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଛନ୍ତି। ଗତକାଲି ନ୍ୟୁୟର୍କ‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ହୋଇଥିବା‌ ଦ୍ବିପାକ୍ଷିକ ବୈଠକରେ ଟ୍ରମ୍ପ୍‌ ତୃତୀୟ ଥର ପାଇଁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, କଶ୍ମୀର ପ୍ରସଙ୍ଗ ଖୁବ୍‌ ଜଟିଳ। ଯଦି ଉଭୟ ଭାରତ ଏବଂ ପାକିସ୍ତାନ ଚାହିବେ ତେବେ ସେ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ଇମ୍ରାନ୍‌ଙ୍କ ସମ୍ମୁଖରେ ଟ୍ରମ୍ପ୍‌ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ତେବେ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ପ୍ରସଙ୍ଗରେ ଆଜି ସାମ୍ବାଦିକଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି ଭାରତୀୟ କୂଟନୀତିଜ୍ଞ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ବୈଠକ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଜାତିସଂଘରେ ଭାରତର ପ୍ରବକ୍ତା ସାମ୍ବାଦିକମାନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର