ଵାସିଂଟନ: ହ୍ବାଇଟ୍ହାଉସ୍ଠାରେ ସୋମବାର ଆୟୋଜିତ ଏକ ବିରଳ ନାଗରିକତ୍ବ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ଭାରତୀୟ ମହିଳା ଇଞ୍ଜିନିୟରଙ୍କ ସମେତ ୫ ଜଣ ପ୍ରବାସୀଙ୍କୁ ଆମେରିକାର ନାଗରିକତ୍ବ ପ୍ରଦାନ କରିଛନ୍ତି। ଭାରତୀୟ ସଫ୍ଟୱେର୍ ଇଞ୍ଜିନିଅର ଜଣକ ସୁଧା ସୁନ୍ଦରୀ ନାରାୟଣନ୍ ଯିଏ କରି ୧୩ ବର୍ଷ ତଳେ ଆମେରିକା ଆସିଥିବା ବେଳେ ଅନ୍ୟ ପ୍ରବାସୀମାନେ ବଲିଭିଆ, ଲେବାନନ, ସୁଦାନ ଓ ଘାନାର ବୋଲି ଜଣାଯାଇଛି। ନାଗରିକତ୍ବ ଗ୍ରହଣ କରିବା ଅବସରରେ ଏମାନେ ସମସ୍ତେ ବାମ ହାତରେ ଆମେରିକାର ଜାତୀୟ ପତାକା ଧରିବା ସହ ଡାହାଣ ହାତ ଉପରକୁ ଟେକି ଶପଥପାଠ କରିଥିଲେ। ଆମର ଏହି ମହାନ ଆମେରିକା ପରିବାରରେ ପାଞ୍ଚ ଜଣ ନୂତନ ବିଚକ୍ଷଣ ବ୍ୟକ୍ତିତ୍ବଙ୍କୁ ସାମିଲ କରି ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁଛୁ ଏବଂ ଈଶ୍ବରଙ୍କ ପୃଥିବୀରେ ତୁମେମାନଙ୍କୁ ଆଜିଠାରୁ ଏହି ଗରିମାମୟ ରାଷ୍ଟ୍ରର ନାଗରିକ ଭାବେ ସ୍ବାଗତ କରାଗଲା ବୋଲି ଟ୍ରମ୍ପ କହିଥିଲେ।
ଭାରତୀୟ ଇଞ୍ଜିନିଅରଙ୍କୁ ସ୍ବତନ୍ତ୍ର ଉତ୍ସବରେ ଟ୍ରମ୍ପ୍ଙ୍କ ନାଗରିକତ୍ବ ପ୍ରଦାନ
/sambad/media/post_attachments/wp-content/uploads/2020/08/trump-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)