ନିଜ ବୋହୂଙ୍କ ଫେସବୁକ ପେଜରେ ନଜର ଆସିଲେ ଟ୍ରମ୍ପ, କରାଯାଇଥିବା ପୋଷ୍ଟ ହଟାଇଲା ଫେସବୁକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଟ୍ରମ୍ପ୍‌ କରୁଥିବା ଭିତ୍ତିହୀନ ଦାବି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌’ରେ ଦଙ୍ଗା ଯୋଗୁଁ  ‘ଫେସ୍‌ବୁକ୍‌’ ଏବଂ ‘ଟୁଇଟର୍‌’ ସାମୟିକଭାବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରିଦେଇଥିଲେ। ଏପର୍ଯ୍ୟନ୍ତ ମଧ୍ୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସ୍‌ବୁକ୍‌, ଟୁଇଟର୍‌, ସ୍ନାପଚାଟ ଏବଂ ୟୁଟ୍ୟୁବ ବ୍ଲକ ହୋଇ ରହିଛି । ଅନ୍ୟ କୌଣସି ମାଧ୍ୟମ ନପାଇ ନିଜ ବୋହୂଙ୍କ ଫେସବୁକ ଆକାଉଣ୍ଟ ଟ୍ରମ୍ପ ବ୍ୟବହାର କରୁଥିବା ଜଣାପଡ଼ିଛି।

ବୋହୂ ଲାରା ଟ୍ରମ୍ପଙ୍କ ଫେସବୁକ ପେଜରେ ଏକ ଭିଡିଓ ସେୟାର କରାଯାଇଥିଲା, ଯେଉଁଥିରେ ଟ୍ରମ୍ପଙ୍କ ସ୍ବର ଶୁଣିବାକୁ ମିଳିଥିଳା। ଏହା ଜାଣିବା ପ‌ରେ ତୁରନ୍ତ ଲାରାଙ୍କୁ ଏକ ବାର୍ତ୍ତା ପଠାଇ ଫେସବୁକ ପୋଷ୍ଟକୁ ହଟାଉଥିବା କହିଥିଲା। ତେବେ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରମ୍ପଙ୍କୁ ବ୍ଲକ କରିବା ପରେ ଟ୍ରମ୍ପ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଖୁବ ଶୀଘ୍ର ଲଞ୍ଚ କରିବେ ବୋଲି ଖବର ମିଳିଛି।

Donald Trump enters Facebook via daughter-in-law's page, thrown out again
Moneylife

ଅନ୍ୟପକ୍ଷରେ, ଏବେ ଟ୍ରମ୍ପଙ୍କ ଆକାଉଣ୍ଟକୁ ‘ଅନବ୍ଲକ’ କରିବାର କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛି ଫେସବୁକ।

ସମ୍ବନ୍ଧିତ ଖବର