ସୀମା ସୁରକ୍ଷା କର୍ମୀଙ୍କୁ ଟ୍ରମ୍ପ୍‌ଙ୍କ ପ୍ରଶ୍ନ: କେତେ ପାକିସ୍ତାନୀଙ୍କୁ ଗିରଫ କରିଛ?

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଗତକାଲି ଟେକ୍ସାସରେ ସୀମା ଅଂଚଳ ପରିଦର୍ଶନ ବେଳେ ସୁରକ୍ଷା ଅଧିକାରୀମାନେ ତାଙ୍କୁ ଅନୁପ୍ରବେଶକାରୀଙ୍କ ଗିରଫଦାରୀ ନେଇ ସୂଚନା ଦେଇଥିଲେ। ତେବେ ଟ୍ରମ୍ପ୍‌ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ- କେତେ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛ ଜଣାଅ। ଅଧିକାରୀମାନେ କହିଥିଲେ ଯେ ୩୬ ଘଣ୍ଟା ଭିତରେ ୨ ଜଣ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି। ଏହା ପରେ ଟ୍ରମ୍ପ୍‌ ସୀମା ସୁରକ୍ଷା ଅଧିକାରୀମାନଙ୍କୁ ଅଧିକ ସତର୍କ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଆମେରିକା-ମେକ୍ସିକୋ ଅନ୍ତର୍ଜାତୀୟ ସୀମାରେ ଏବେ ଅନୁପ୍ରବେଶ ରୋକିବା ପାଇଁ ଆମେରିକା ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ସୁରକ୍ଷା ନୀତିରେ ଏବେ ଏହାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର