ଟ୍ରମ୍ପ ଝିଅଙ୍କୁ କହିଲେ ଏମିତି କଥା, ଲାଜେଇ ଗଲେ ଇଭାଙ୍କା

ସିଓଲ: ନିଜର ବିବାଦୀୟ ଟ୍ୱିଟ ପାଇଁ ଚର୍ଚ୍ଚାରେ ରହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜ ଝିଅ ଇଭାଙ୍କା ଟ୍ରମ୍ପ ଓ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କୁ ନେଇ କିଛି ଅଲଗା କଥା କହିଛନ୍ତି | ଯାହାକି ଏବେ ଚର୍ଚ୍ଚା ସୃଷ୍ଟି କରିଛି | ଟ୍ରମ୍ପ ଏହି ଦୁହିଁଙ୍କୁ ସୁନ୍ଦର ଦମ୍ପତି ବୋଲି କହିଛନ୍ତି | ପରେ ନିଜ ମନ୍ତବ୍ୟକୁ ଠିକ କରିବାକୁ ଯାଇ ଟ୍ରମ୍ପ କହିଛନ୍ତି ଯେ ଜଣେ ସୁନ୍ଦରୀ ହୋଇଥିବାବେଳେ ଜଣେ ସ୍ମାର୍ଟ |

ରବିବାର ଦକ୍ଷିଣ କୋରିଆରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ପ୍ରଥମେ ଦୁହିଁଙ୍କୁ ଷ୍ଟେଜକୁ ଡାକିଥିଲେ |ଦୁଇଜଣ ଆସୁଥିବାବେଳେ ଟ୍ରମ୍ପ ଦମ୍ପତି(ସ୍ୱାମୀ-ସ୍ତ୍ରୀ) ବୋଲି ସମ୍ବୋଧନ କରିଥିଲେ | ଏହା ଶୁଣି ଇଭାଙ୍କା ଲାଜେଇଯାଇଥିଲେ | ପରେ ଟ୍ରମ୍ପ ନିଜର ମନ୍ତବ୍ୟକୁ ସୁଧାରିବାକୁ ଇଭାଙ୍କାଙ୍କୁ ସୁନ୍ଦରୀ କହିଥିବାବେଳେ ମାଇକଙ୍କୁ ତାଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ |

ଏଠାରେ ସୂଚନା ଥାଉ କି ଇଭାଙ୍କା ଆମେରିକାର ଜଣେ ପ୍ରସିଦ୍ଧ ବ୍ୟବସାୟୀ ହୋଇଥିବାବେଳେ ଟ୍ରମ୍ପଙ୍କ ଝିଅ ଭାବେ ସାରା ଦେଶ-ବିଦେଶରେ ଜଣାଶୁଣା | ସେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି | ଇଭାଙ୍କାଙ୍କର ସ୍ୱାମୀ ଜାରଡ କୂଶନର ହୋଇଥିବାବେଳେ ତାଙ୍କର ତିନିଟି ସନ୍ତାନ ଅଛନ୍ତି |

ସମ୍ବନ୍ଧିତ ଖବର