ନୂଆଦିଲ୍ଲୀ : ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ବାବଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଥର ଫୋନ୍ କରିଥିଲେ, କିନ୍ତୁ ମୋଦୀ କଥା ହୋଇନଥିଲେ ବୋଲି ଏକ ଜର୍ମାନ ସମ୍ବାଦପତ୍ର ଦାବି କରିଛି । 

Advertisment

ଏକ ଜର୍ମାନ ଖବରକାଗଜ ଏଫଏଜେଡ୍  ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ ବୋଲି ଦାବି କରିବା ପରେ, ଚର୍ଚ୍ଚା ବୃଦ୍ଧି ପାଇଛି । ଏହି ରିପୋର୍ଟ  ଅନୁଯାୟୀ, ଶୁଳ୍କ ବିବାଦକୁ ନେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୪ ଥର ଫୋନ କରିଥିଲେ ବି ସେ ଉଠାଇନଥିଲେ । ତେବେ ଆମେରିକା କିମ୍ବା ଭାରତ ସରକାର ଏହି ପ୍ରସଙ୍ଗରେ ଆନୁଷ୍ଠାନିକ ଭାବରେ କିଛି କହିନାହାଁନ୍ତି।

ଏକ ଜର୍ମାନ ଖବରକାଗଜ ଏଫଏଜେଡ୍  ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ ବୋଲି ଦାବି କରିବା ପରେ, ଚର୍ଚ୍ଚା ବୃଦ୍ଧି ପାଇଛି । ଏହି ରିପୋର୍ଟ  ଅନୁଯାୟୀ, ଶୁଳ୍କ ବିବାଦକୁ ନେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୪ ଥର ଫୋନ କରିଥିଲେ ବି ସେ ଉଠାଇନଥିଲେ ।

ଏହା ପ୍ରଥମ ଥର ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଆମେରିକୀୟ ନେତାଙ୍କ ସହ କଥା ହେବାକୁ ମନା କରିଦେଇଛନ୍ତି। ଗତ ମେ ମାସରେ ପାକିସ୍ତାନ ସହିତ ସଂଘର୍ଷ ସମୟରେ ମଧ୍ୟ ମୋଦୀ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ କଥା ହୋଇନଥିଲେ ।  ଏକ ଘଟଣାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ କହିଥିଲେ ଯେ ଅସ୍ତ୍ରବିରତିର ଗୋଟିଏ ଦିନ ପୂର୍ବରୁ, ମେ ୯ ତାରିଖ ରାତିରେ, "ଆମେରିକୀୟ ଉପରାଷ୍ଟ୍ରପତି ମୋ ସହିତ ୩-୪ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୁଁ ସାମରିକ ବାହିନୀ ସହିତ ବୈଠକରେ ବ୍ୟସ୍ତ ଥିଲି। ତେବେ ପରେ ସେ ଭାନ୍ସଙ୍କ ସହ କଥା ହୋଇଥିଲେ ।"