ରାଷ୍ଟ୍ରପତି ହେବା ପୂର୍ବରୁ ବି ବହୁଥର ଭାରତ ଆସିଥିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଟ୍ରମ୍ପ ଭାରତ ଆସିଛନ୍ତି | କିନ୍ତୁ ରାଷ୍ଟ୍ରପତି ହେବା ପୂର୍ବରୁ ଟ୍ରମ୍ପ ବହୁଥର ଭାରତ ଆସିଛନ୍ତି | କାରଣ ରାଷ୍ଟ୍ରପତି ହେବା ପୂର୍ବରୁ ବିଶ୍ୱର ଜଣେ ବିତ୍ତଶାଳୀ ଓ ରିୟଲ ଇଷ୍ଟେଟ ମାଲିକ ଭାବେ ଟ୍ରମ୍ପ ବେଶ ଜଣାଶୁଣା ଥିଲେ | ଡୋନାଲଡ ଟ୍ରମ୍ପଙ୍କ କମ୍ପାନୀ ଟ୍ରମ୍ପ ଟାୱାରସ ବିଶ୍ୱର ବଡ ବଡ ସହରରେ ଆପାର୍ଟମେଣ୍ଟ ନିର୍ମାଣ କରି ବିକ୍ରି କରିଥାଏ | ରାଷ୍ଟ୍ରପତି ହେବା ପରେ ଏବେ ଟ୍ରମ୍ପଙ୍କ ଏହି ବିଶାଳ ରିୟଲ ଇଷ୍ଟେଟ ସାମ୍ରାଜ୍ୟକୁ ତାଙ୍କ ପୁଅ ଜୁନିୟର ଟ୍ରମ୍ପ ସମ୍ଭାଳୁଛନ୍ତି | ପୂର୍ବରୁ ବହୁ ଥର ବ୍ୟବସାୟିକ ବୈଠକ ପାଇଁ ଟ୍ରମ୍ପ ଭାରତ ଆସିଛନ୍ତି |

ଆମେରିକା ପରେ ଟ୍ରମ୍ପଙ୍କ କମ୍ପାନୀ ଭାରତରେ ସର୍ବାଧିକ ନିବେଶ କରିଛି |

ଭାରତରେ ଥିବା ୪ଟି ଟ୍ରମ୍ପ ଟାୱାର ପାଇଁ ଡୋନାଲଡ ଟ୍ରମ୍ପ ୨୦୧୪ରେ ଭାରତ ଆସିଥିଲେ | ଏଠାରେ ସେ ବଲିଉଡ ଷ୍ଟାର ମାନଙ୍କୁ ନେଇ ଏକ ପାର୍ଟିର ଆୟୋଜନ କରିଥିଲେ | ସେତେବେଳେ ଟ୍ରମ୍ପ କହିଥିଲେ ଯେ ଭାରତ କେବଳ ଏକ ଇମରଜିଙ୍ଗ ବା ଅଭ୍ୟୁଦୟ ମାର୍କେଟ ନୁହେଁ ବରଂ ଅମାଜିଙ୍ଗ ମାର୍କେଟ ବା ଆଶ୍ଚର୍ଯ୍ୟଜନକ ମାର୍କେଟ ଭାବେ ସାବ୍ୟସ୍ତ ହୋଇଛି | ଯେଉଁଥିପାଇଁ ଆମେରିକା ପରେ ଭାରତରେ ଟ୍ରମ୍ପଙ୍କ କମ୍ପାନୀ ସର୍ବାଧିକ ନିବେଶ କରିଛି |

Photo-Forbesindia

ଟ୍ରମ୍ପଙ୍କ କମ୍ପାନୀ ଭାରତର ୪ଟି ସ୍ଥାନରେ ବିଳାସମୟ ଫ୍ଲାଟ ଓ ଆପାର୍ଟମେଣ୍ଟ ନିର୍ମାଣ କରିଛି | ଟ୍ରମ୍ପ ଟାୱାର ଭାବେ ପରିଚିତ କମ୍ପାନୀ ଭାରତର ମୁମ୍ବାଇ, କୋଲକାତା, ପୁନେ ଓ ଗୁଡଗାଓଁରେ ନିର୍ମାଣ ହୋଇଛି | ଭାରତରେ ଥିବା ଆପାର୍ଟମେଣ୍ଟ ୪ କୋଟି ଟଙ୍କାରୁ ଆରମ୍ଭ ହୋଇ ୧୩ କୋଟି ଟଙ୍କା ଯାଏଁ ରହିଛି |

ସମ୍ବନ୍ଧିତ ଖବର