ଇମ୍ରାନଙ୍କ ପରି ଦଶା ଭୋଗିପାରନ୍ତି ଟ୍ରମ୍ପ୍‌: ଭାରତରୁ ନେଇଥିବା ୧୭ ଉପହାରର ହିସାବ ଦେଇପାରୁନାହାନ୍ତି

ୱାସିଂଟନ୍‌: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବି ‌ସମଦଶା ଭୋଗିପାରନ୍ତି। ଭାରତୀୟ ନେତାଙ୍କଠାରୁ ପାଇଥିବା ୪୭ ହଜାର ଡଲାର ମୂଲ୍ୟର ଉପହାର ସମେତ ମୋଟ ୨୫୦,୦୦୦ ଡଲାର ମୂଲ୍ୟର ବିଦେଶୀ ଉପହାରର ଟ୍ରମ୍ପ୍‌ କୌଣସି ହିସାବ ଦେଇପାରୁନାହାନ୍ତି। ‘ପାର୍ଟିସାନ ଡିମୋକ୍ରାଟିକ୍‌ କଂଗ୍ରେସନାଲ କମିଟି’ ଏକ ରିପୋର୍ଟରେ ଏହି ଅଭିଯୋଗ କରିଛି। ପ୍ରମୁଖ ବିଦେଶୀ ଉପହାରଗୁଡ଼ିକୁ ଦେଖାଇବା ପାଇଁ ଟ୍ରମ୍ପ୍‌ ବିଫଳ ହୋଇଛନ୍ତି। ଏନେଇ ତଦନ୍ତ ଆରମ୍ଭ ହୋଇସାରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଟ୍ରମ୍ପ୍‌ ପରିବାର ୧୦୦ରୁ ଅଧିକ ଉପହାରର କୌଣସି ହିସାବ ଦେଇପାରୁନାହାନ୍ତି। ଏହି ଉପହାର ମଧ୍ୟରେ ଟ୍ରମ୍ପ୍‌ ଭାରତରୁ ପାଇଥିବା ୧୭ଟି ଉପହାର ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋ‌ବିନ୍ଦଙ୍କଠାରୁ ଟ୍ରମ୍ପ୍‌ ଏହି ଉପହାର ପାଇଥିଲେ।

ସମ୍ବନ୍ଧିତ ଖବର