ଟ୍ରମ୍ପ୍-ପ୍ରଧାନ ବିଚାରପତି ମୁହାଁମୁହିଁ

ୱାସିଂଟନ୍‌: ଏକ ଅଭାବନୀୟ ଘଟଣାକ୍ରମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପ୍ରଧାନ ବିଚାରପତି ଜନ୍‌ ରବର୍ଟସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଅଣାଯାଇଥିବା ପ୍ରବାସୀ ଆଶ୍ରୟ ନୀତିକୁ ଆମେରିକା ସର୍ବୋଚ୍ଚ ଅଦାଲତ ଖାରଜ କରିଦେବା ପରେ ଟ୍ରମ୍ପ୍ ଏହାର ବିରୋଧ କରିଥିଲେ। ନ୍ୟାୟପାଳିକା ଉପରେ ଅଙ୍ଗୁଳି ଉଠାଇବା ସହ ବିଚାରପତିମାନେ ଜାଣିଶୁଣି ଏଭଳି ପଦକ୍ଷେପ ନେଉଥିବା ସେ ଅଭିଯୋଗ କରିଥିଲେ। ଏମିତି କି ଟ୍ରମ୍ପ୍ ଏହାକୁ ‘ଓବାମା ବିଚାରପତି’ ଆଖ୍ୟା ଦେଇଥିଲେ। ସେ ଆହୁରି କହିଥିଲେ ଯେ ଦେଶରେ ଏକ ନିରପେକ୍ଷ ତଥା ସ୍ବାଧୀନ ନ୍ୟାୟପାଳିକାର ଆବଶ୍ୟକ ରହିଛି। କିନ୍ତୁ ଜାଣିଶୁଣି ପ୍ରଶାସନର ଅନେକ ଫାଇଲ୍‌(ସୀମା ଓ ସୁରକ୍ଷା)କୁ ଖାରଜ କରିଦିଆଯାଉଛି। ଏହାକୁ ଖଣ୍ଡନ କରି ରବର୍ଟସ କହିଛନ୍ତି ଯେ ଆମେରିକାର ନ୍ୟାୟପାଳିକା ସ୍ବାଧୀନ ଭାବେ କାମ କରୁଛି। ଏଠାରେ ଓବାମା ବିଚାରପତି, ଟ୍ରମ୍ପ୍ ବିଚାରପତି, ବୁଶ୍‌ ବିଚାରପତି କିମ୍ବା କ୍ଲିଣ୍ଟନ୍‌ ବିଚାରପତି ନାହାନ୍ତି। ବରଂ ଏଠାରେ ଉତ୍ସର୍ଗୀକୃତ ବିଚାରପତିମାନେ କାର୍ଯ୍ୟ କରୁଛନ୍ତି। କୋର୍ଟରେ ନ୍ୟାୟ ପାଇଁ ଆସୁଥିବା‌ ଲୋକଙ୍କୁ ସମାନ ଅଧିକାର ଦେବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିବା ରବର୍ଟସ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର