ଫେବ୍ରୁଆରିରେ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ!

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିବା ନେଇ ଯୋଜନା କରୁଛନ୍ତି। ଟ୍ରମ୍ପ୍‌ଙ୍କ ଗସ୍ତ ଫଳରେ ଭାରତ ଓ ଆମେରିକା ସମ୍ପର୍କ ଅଧିକ ମଜବୁତ ହେବା ସହିତ ଉଭୟ ଦେଶ ମିଳିତ ଭାବେ ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଜଣେ ବରିଷ୍ଠ ଭାରତୀୟ ଅଧିକାରୀ ସୂଚନା ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ଗସ୍ତ ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ବେସାମରିକ ବିମାନ ଚଳାଚଳ ଚୁକ୍ତିନାମା ସ୍ବାକ୍ଷର ହେବା ସହିତ ଦ୍ବିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି। ଗତ ସେପ୍‌ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହଷ୍ଟନ୍‌ ଗସ୍ତ ସମୟରେ ସମୟରେ ଭାରତ ଆସିବାକୁ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର