ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଜିତିବା ଆଶା ଖୁବ୍ କ୍ଷୀଣ। ଟ୍ରମ୍ପ୍ ୧୯୯୨ ମସିହା ପରେ ପ୍ରଥମ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେବେନାହିଁ। ଶେଷଥର ପାଇଁ ୧୯୯୨ରେ ଜର୍ଜ୍ ଡବ୍ଲ୍ୟୁ ବୁଶ୍ ଦ୍ବିତୀୟ ଥର ରାଷ୍ଟ୍ରପତି ନିର୍ବାଚିତ ହେବାରେ ବିଫଳ ହୋଇଥିଲେ। ସେତେବେଳେ ଡେମୋକ୍ରାଟ୍ ବିଲ୍ କ୍ଲିଣ୍ଟନ୍ ବାଜି ମାରି ନେଇଥିଲେ। ତେବେ ବୁଶ୍ଙ୍କ ପରେ ସମସ୍ତ ୩ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଜର୍ଜ୍ ଡବ୍ଲ୍ୟୁ ବୁଶ (ଜୁନିଅର) ଏବଂ ବାରାକ୍ ଓବାମା ପୁନଃ ନିର୍ବାଚିତ ହୋଇଛନ୍ତି। ଗତ ୧୦୦ ବର୍ଷ ମଧ୍ୟରେ କେବଳ ୪ ଜଣ ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇଛନ୍ତି। ୧୯୬୮ରେ ଆମେରିକାରେ ଆରମ୍ଭ ହୋଇଥିବା ଦୀର୍ଘ ଦିନର ରିପବ୍ଲିକ୍ ଶାସନ ୧୯୯୨ରେ ଶେଷ ହୋଇଯାଇଥିଲା। ବୁଶ୍ ପୁନଃ ନିର୍ବାଚିତ ହେବେ ବୋଲି ଆକଳନ କରାଯାଇଥିଲେ ମଧ୍ୟ କ୍ଲିଣ୍ଟନ୍ ୩୭୦ ଇଲେକ୍ଟରାଲ୍ ଭୋଟ୍ ପାଇଁ ନିର୍ବାଚିତ ହୋଇଥିଲେ।
୧୯୯୨ ପରେ ଟ୍ରମ୍ପ୍ ଦ୍ବିତୀୟ ବାର ନିର୍ବାଚିତ ନହେବାରେ ପ୍ରଥମ ରାଷ୍ଟ୍ରପତି ହୋଇପାରନ୍ତି
/sambad/media/post_attachments/wp-content/uploads/2020/11/trump-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)