ଟିକସ ପ୍ରସଙ୍ଗରେ ମତଭେଦ ଯୋଗୁଁ ଇସ୍ତଫା ଦେଲେ ଟ୍ରମ୍ପ୍‌ଙ୍କ ଅର୍ଥନୈତିକ ଉପଦେଷ୍ଟା ଗେରି କୋନ୍‌

ଓ୍ଵାସିଂଟନ୍‌: ଶୀର୍ଷସ୍ତରୀୟ ହ୍ଵାଇଟ୍‌ ହାଉସ୍‌ ଅର୍ଥନୈତିକ ଉପଦେଷ୍ଟା ଗେରି କୋନ୍‌ ଇସ୍ତଫା ଦେଇଛନ୍ତି ବୋଲି ମଙ୍ଗଳବାର ବିଳମ୍ବିତ ପ୍ରହରରେ କହିଛନ୍ତି। ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଇସ୍ପାତ ଏବଂ ଆଲୁମିନିୟମ୍‌ ଉପରେ ଅଧିକ କର ବସାଇବାକୁ କରିଥିବା ଯୋଜନାକୁ ଓ୍ଵାଲ୍‌ ଷ୍ଟ୍ରିଟ୍‌ ବ୍ୟାଙ୍କ୍‌ ଅଧିକାରୀ କୋନ୍‌ ବିରୋଧ କରିଥିଲେ।

ହ୍ଵାଇଟ୍‌ ହାଉସ୍‌ ଜାରି କରିଥିବା ଏକ ବିବୃତିରେ କୋନ୍‌ କହିଛନ୍ତି: ଦେଶ ପାଇଁ ସେବା କରିବା ଓ ବିଶେଷକରି ଐତିହାସିକ ଟିକସ ସଂସ୍କାର ଧାରାରେ ଆମେରିକୀୟମାନଙ୍କର ଉପକାର ପାଇଁ ସମର୍ଥକ ଅର୍ଥନୀତି ପ୍ରଣୟନ କରିବା, ମୋ ପାଇଁ ବଡ଼ ସମ୍ମାନର କଥା। ମୋତେ ଏ ଭଳି ସୁଯୋଗ ଦେଇଥିବାରୁ ମୁଁ ରାଷ୍ଟ୍ରପତିଙ୍କ ନିକଟରେ କୃତଜ୍ଞ। ଆଗୁଆ ଦିନମାନଙ୍କରେ ତାଙ୍କର ଓ ପ୍ରଶାସନର ବିଶେଷ ସଫଳତା କାମନା କରୁଛି।

ନିର୍ଦେଶକ ଭାବେ କାମରେ ରହିବାର ବର୍ଷକରୁ ଟିକିଏ ଅଧିକ ପରେ ସେ ଜାତୀୟ ଅର୍ଥନୀତି ପରିଷଦ୍‌ରୁ ବିଦାୟ ନେଇଛନ୍ତି।

କୋନ୍‌ଙ୍କ ବିଦାୟ ଖବର ମିଳିବା ପରେ ପରେ ଆମେରିକୀୟ ଡଲାର୍‌ ୧% ଦୁର୍ବଳ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର