ସାମ୍ବାଦିକ ସମ୍ମିଳନୀରୁ ଉଠି ପଳାଇଲେ ଟ୍ରମ୍ପ

ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରୁ ଅଚାନକ ଉଠି ଚାଲିଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ହ୍ୱାଇଟ୍‌ହାଉସ୍‌ରେ ଚାଲିଥିବା କରୋନା ଭୂତାଣୁ ସଂକ୍ରାନ୍ତ ଗଣମାଧ୍ୟମ ସମ୍ମିଳନୀରେ ଦେଶର ସ୍ଥିତି ଉପରେ ଆଲୋଚନା ଚାଲିଥିଲା। ଏହି ସମୟରେ କରୋନା ଭୂତାଣୁ ଉପରେ ଜଣେ ସିବିଏସ୍‌ ନ୍ୟୁଜ୍‌ର ରିପୋର୍ଟର ଏକ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ଭୂତାଣୁ ପରୀକ୍ଷଣରେ ଆମେରିକା ଅନ୍ୟମାନଙ୍କ ଠାରୁ କିଭଳି ଆ‌ଗରେ ବୋଲି କହୁଛି? ବିଶ୍ବରେ ସବୁସ୍ଥାନରେ ଆମେରିକାର ନାଗରିକମାନେ ପ୍ରାଣ ହରାଉଛନ୍ତି। ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ଏହି ପ୍ରଶ୍ନ ତୁମେ ଚୀନକୁ ପଚାରିବା ଉଚିତ। ମୋତେ ପଚାରନି। ଏହାପରେ ଟ୍ରମ୍ପ ଅନ୍ୟ ଜଣେ ମହିଳା ସାମ୍ବାଦିକାଙ୍କୁ ପ୍ରଶ୍ନ ପଚାରିବାକୁ ଡାକିଥିଲେ। କିନ୍ତୁ ତାଙ୍କୁ ପ୍ରଶ୍ନ ପଚାରିବାକୁ ଡାକିଦେଇ ହଠାତ୍ ଅନ୍ୟ ଜଣେ ସାମ୍ବାଦିକଙ୍କୁ ପ୍ରଶ୍ନ ପଚାରିବାକୁ କହିଲେ। ମହିଳା ସାମ୍ବାଦିକା ଜଣକ ପ୍ରଶ୍ନ ପଚାରିବାବେଳେ ଟ୍ରମ୍ପ ହଠାତ୍ ସାମ୍ବାଦିକ ସମ୍ମିଳନୀ ବନ୍ଦ କରି ପଳାଇଥିଲେ।

ସମ୍ବନ୍ଧିତ ଖବର