କାଲିଫର୍ଣ୍ଣିଆ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ନା କୌଣସି କାରଣରୁ ସବୁବେଳେ ଖବରରେ ରହିଆସିଛନ୍ତି। ଏଥର ସେ ତାଙ୍କ ବୟାନ ଯୋଗୁଁ ନୁହେଁ, ବରଂ ରୋଜଗାର ପାଇଁ ହେଡଲାଇନରେ ଅଛନ୍ତି | ରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଫଟୋ ଉଠାଇବା ସହ ଏକାଠି ଚା ପିଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି |
ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚା ପିଇବା ପାଇଁ ଥରକୁ ୩୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ। ଏଥି ସହିତ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇବାକୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ | ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆୟୋଜିତ ଏହି ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରୁ ମିଳିଥିବା ଟଙ୍କା ସିଧାସଳଖ ତାଙ୍କ ଆକାଉଣ୍ଟକୁ ଯାଇଥାଏ।
ଏହି କାର୍ଯ୍ୟକ୍ରମଗୁଡିକର ତାଙ୍କ ଦଳ ରିପବ୍ଲିକାନ୍ ପାର୍ଟି ସହିତ କୌଣସି ସମ୍ପର୍କ ନଥାଏ | ସୂଚନାଯୋଗ୍ୟ ଯେ ପର୍ଶନଲ ଇଭେଣ୍ଟ ବା ବ୍ୟକ୍ତିଗତ କାର୍ଯ୍ୟକ୍ରମରୁ ଟଙ୍କା ଆଦାୟ ଦୋୖଡରେ କେବଳ ଟ୍ରମ୍ପ ନାହାନ୍ତି ବରଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ କ୍ଲିଣ୍ଟନ ଏବଂ ଜର୍ଜ ଡବ୍ଲୁ ବୁଶ ମଧ୍ୟ ଅଛନ୍ତି। ଏଥି ସହିତ, ବିଲ୍ ଏବଂ ହିଲାରୀ କ୍ଲିଣ୍ଟନ୍ ଭାଷଣରୁ ଟଙ୍କା ରୋଜଗାର କରନ୍ତି |