ଟ୍ରମ୍ପ୍‌ଙ୍କ ସଙ୍କଟ ବଢ଼ିଲା, ମହାଭିଯୋଗ ପାଇଁ ରାସ୍ତା ସଫା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସଙ୍କଟ ଏବେ ବଢ଼ିଯାଇଛି। ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି ପେଲୋସି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଜାରି ରଖିବାକୁ ଆଜି ଅନୁମତି ପ୍ରଦାନ କରିବା ସହ ମାମଲାର ଚିଠା ପ୍ରସ୍ତୁତ କରିଛନ୍ତି। ଆଜି ନେନ୍‌ସି ଘୋଷଣା କରିଛନ୍ତି ଯେ ମହାଭିଯୋଗ ମାମଲା ଆଗକୁ ବଢ଼ିବ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍‌ ଏହାର ସମ୍ମୁଖୀନ ହେବାକୁ ବାଧ୍ୟ। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି ଯେ ମହାଭିଯୋଗ ବିରୋଧରେ ଚାଲିଥିବା ଲଢ଼େଇରେ ତାଙ୍କର ବିଜୟ ହେବ ଏବଂ ଡେମୋକ୍ରାଟମାନଙ୍କୁ ଉଚିତ ଶିକ୍ଷା ମିଳିବ।

ସମ୍ବନ୍ଧିତ ଖବର