ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ସ୍ଥିତି ଦେଇ ଗତି କରୁଛି । ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ ଆଇନ ଜାଲରେ ଛନ୍ଦି ହୋଇଯିବାକୁ ବସିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡୋନାଲ୍ଡ ଟ୍ରମ୍ପ କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ୱିସକିନସନ୍ ରେ ପୁଣି ଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ପ୍ରଥମେ ସେ ଆଗରେ ଚାଲିଥିଲେ । କିନ୍ତୁ ଅଚାନକ ଜୋ ବାଇଡେନ ଆଗକୁ ଆସିଯାଇଛନ୍ତି। ତାଙ୍କ ସପକ୍ଷରେ ଚାଲି ଯାଇଛି ଫଳାଫଳ ।

Advertisment

ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ସମସ୍ତେ ଏକାଠି ହୋଇ ତାଙ୍କୁ ହରାଇବାକୁ ଉଦ୍ୟମ କରିଛନ୍ତିା ଏହାରି ଭିତରେ ଟ୍ରମ୍ପଙ୍କ ଦଳ ମଧ୍ୟ ଭୋଟିଂ ଅବଧି ସରିବା ପରେ ବେଆଇନ ଭାବେ ମତଦାନ ଜାରି ରହିଥିବା ନେଇ ଗତକାଲି ଅଭିଯୋଗ ଆଣିଥିଲା । ଟ୍ରମ୍ଫ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥବାରୁ ଚୂଡାନ୍ତ ନିଷ୍ପତି ନେବେ କୋର୍ଟ, ତା’ପରେ ଆସିବ ଫଳାଫଳ । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ କୌଣସି ଚମତ୍କାର ହିଁ ବିଜୟୀ କରାଇପାରେ । କାରଣ ତାଙ୍କୁ ୨୧୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଜୋ ବାଇଡେନଙ୍କୁ ମିଳିଛି ୨୬୪ ଇଲେକ୍ଟୋରାଲ୍ ଭୋଟ୍।

If Trump goes to court, 'ready to deploy' legal teams: Biden's Campaign Opoyi

ନିର୍ବାଚନ ଜିତିବାକୁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍ ଭୋଟ୍, ଯାହାକି ଏବେ ଟ୍ରମ୍ପଙ୍କ ପାଇଁ ବହୁ ଦୂର । ଏବେ ଟ୍ରମ୍ପ ପେନସିଲଭାନିଆ, ଜର୍ଜିଆ, ନର୍ଥ କାରୋଲିନା, ଆଲାସ୍କାରେ ଜୋ ବାଇଡେନ୍ ଙ୍କଠାରୁ ଆଗରେ ଚାଲିଛନ୍ତି । ଏହି ୪ ରାଜ୍ୟରେ ରହିଛି ୫୪ ଇଲେକ୍ଟୋରାଲ୍ ଭୋଟ୍ । ଯଦି ଏହା ମିଳିଯାଏ ତେବେ ଟ୍ରମ୍ପଙ୍କୁ ୨୬୮ ଇଲେକ୍ଟୋରାଲ୍ ଭୋଟ୍ ମିଳିଯିବ । ଏପରି ସ୍ଥିତିରେ ଯଦି କୌଣସି ରାଜ୍ୟରେ ଫଳାଫଳ ଓଲଟିଯାଏ ତେବେ ସେ ଜିତି ପାରନ୍ତି ବୋଲି କୁହାଯାଉଛି ।