ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ହୋଇଛି। ୨ ପ୍ରମୁଖ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ (ରିପବ୍ଲିକାନ୍‌ ପାର୍ଟି) ଏବଂ କମଳା ହାରିସ (ଡେ‌ମୋକ୍ରାଟିକ୍‌ ପାର୍ଟି)ଙ୍କ ମଧ୍ୟରୁ କିଏ ବିଜୟୀ ହେବେ ତାହା ଜାନୁଆରି ୬ ତାରିଖରେ ଘୋଷଣା ହେବ। ତେବେ ଜାଣିବାକୁ ମିଳିଛି ଯେ ରିପବ୍ଲିକାନ୍‌ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳ ପାଇଁ ପ୍ରସ୍ତୁତ ହେବାକୁ ୫ ହଜାର ଓକିଲଙ୍କୁ ନିୟୋଜିତ କରିଛନ୍ତି। ୨୦୨୦ ନିର୍ବାଚନରେ ଟ୍ରମ୍ପ୍‌ ଯେଉଁ ଶିକ୍ଷା ପାଇଥିଲେ ତାହାକୁ ଆଧାର କରି ସେ ଚଳିତ ଥର ନିର୍ବାଚନ ଫଳ ପାଇଁ ଆଗୁଆ ପ୍ରସ୍ତୁତ ରହିଛନ୍ତି।

Advertisment

୨୦୨୦ ନିର୍ବାଚନ ଫଳକୁ ଗ୍ରହଣ କରିପାରିନଥିବା ଟ୍ରମ୍ପ୍‌ ଏନେଇ ମକଦ୍ଦମା ରୁଜୁ କରିଥିଲେ। କିନ୍ତୁ ତାଙ୍କର ମକଦ୍ଦମାଗୁଡ଼ିକ ପ୍ରମାଣ ଅଭାବରୁ ରଦ୍ଦ ହୋଇଗଲା। ଟ୍ରମ୍ପ ମେଲ୍‌-ଇନ୍‌ ବାଲଟ୍‌ର ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ବ୍ୟାପକ ଭୋଟ୍‌ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ଅନେକ ପ୍ରମୁଖ ରାଜ୍ୟଗୁଡ଼ିକରେ ଟ୍ରମ୍ପ୍‌ଙ୍କ ଲିଗାଲ୍‌ ଟିମ୍‌ ପ୍ରମାଣ ସଂଗ୍ରହରେ ବିଫଳ ହୋଇଥିଲେ। କିନ୍ତୁ ଚଳିତ ଥର ଟ୍ରମ୍ପ୍‌ ଏହି ସମାନ ସମସ୍ୟାର ସମ୍ମୁଖୀନ ହେବାକୁ ଚାହିନାହାନ୍ତି। ଏଥିପାଇଁ ସେ ପ୍ରାୟ ୫ ହଜାର ଓକିଲଙ୍କୁ କାମରେ ନିୟୋଜିତ କରିଛନ୍ତି।