ଇରାନ ବିରୋଧରେ କଠୋର କଟକଣା ଲଗାଇଲେ ଟ୍ରମ୍ପ

ୱାସିଂଟନ : ଆମେରିକାର ଡ୍ରୋନକୁ ଇରାନ ଖସାଇ ଦେବା ପରେ ଆମେରିକା ‌ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି। ପ୍ରଥମେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚିନ୍ତା କରୁଥିବା ଟ୍ରମ୍ପ ପରେ ରଣନୀତି ବଦଳାଇଛନ୍ତି। ଇରାନ ବିରୋଧରେ ଆର୍ଥିକ କଟକଣା ବଢ଼ାଇବା ଉପରେ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଆଜି ଏସଂପର୍କିତ ଏକ ଆଦେଶରେ ଦସ୍ତଖତ କରିଛନ୍ତି। ଇରାନର ଶାସକ ଆୟାତୋଲ୍ଲା ଅଲ୍ଲୀ ଖାମେନି, ତାଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟ ଅଧିକାରୀମାନେ ଆମେରିକାର କ୍ଷମତା ପରିସରରେ ଥିବା ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନରୁ କୌଣସି ଆର୍ଥିକ ସହାୟତା ପାଇପାରିବେ ନାହିଁ।

ସମ୍ବନ୍ଧିତ ଖବର