ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରଭୋଜନ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍ଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଆମେରିକା ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାତ୍ରଭୋଜନର ଆୟୋଜନ କରିଥିଲେ। ଟ୍ରମ୍ପ୍ଙ୍କ ପାଇଁ ଉଭୟ ଆମିଷ ଓ ନିରାମିଷ ଭୋଜନର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଭବନର ସ୍ୱତନ୍ତ୍ର ରୋଷେୟା ବିଭିନ୍ନ କିସମର ଖାଦ୍ୟ ପ୍ରସ୍ତୁତି କରିଛନ୍ତି।
/sambad/media/post_attachments/wp-content/uploads/2020/02/fy8j78f97j98f7j89gj468gj65gd4j65gjdgjdgjgdjgdjgdjgjdgj_2.jpg)
ରାଷ୍ଟ୍ରପତି ଟ୍ରମ୍ପଙ୍କ ମେନ୍ୟୁରେ ଭାରତର ‘ଷ୍ଟ୍ରିଟ୍ ଫୁଡ୍’ (ଚଟ୍ପଟା) ଖାଦ୍ୟ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନର ‘ସିଗ୍ନେଚର ଡିସ୍’ (ସଂପୂର୍ଣ୍ଣ ସ୍ୱତନ୍ତ୍ର ବ୍ୟଞ୍ଜନ) ପର୍ଯ୍ୟନ୍ତ ସବୁ କିଛି ପରଷା ଯାଇଛି। ସ୍ମୋକ୍ଡ ଅରେଞ୍ଜ ପିଲ୍ ପନାକୋଟା, ଲେମନ୍ ଗ୍ରାସ୍ କରିଏଣ୍ଡର ସୋର୍ବା (ସୁପ୍), ମାଲପୁଆ ରୋଲ, ଆଲୁ ଟିକ୍କା, ପାମ୍ପଡ଼ି ଚାଟ ଠାରୁ ଆରମ୍ଭ କରି ସାଲମନ୍ ଫିସ୍ ଟିକ୍କା, ଜାରଖେଜ୍ ଜମିନ୍, ଅଞ୍ଜିର ମଲାଇ କୋପ୍ତା, ଦାଲ୍ ରାଇସିନା, ଦମ୍ ଘୋଷ୍ଟ ବିରିୟାନି, ଦମ୍ ଗୁଚ୍ଚି ମଟର, ମିସି ରୋଟି, ନାନ୍, ତନ୍ଦୁରି ରୋଟି, ମିଠି କୁଲ୍ଚା, ମିଣ୍ଟ୍ ରାଇତା, ପର୍ଯ୍ୟନ୍ତ ସବୁକିଛି ରହିଛି।
/sambad/media/post_attachments/wp-content/uploads/2020/02/SK3_4522.jpg)
ସେହିପରି ରାଷ୍ଟ୍ରପତି ଟ୍ରମ୍ପ ଖୁବ୍ ଆମିଷ ପ୍ରିୟ ଥିବାରୁ ତାଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଛେଳି ମାଂସରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଛେଳି ମାଂସରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ‘ରାନ୍ ଆଲିସାନ୍’ ନାମରେ ଏକ ସ୍ୱତନ୍ତ୍ର ମେନ୍ୟୁ। ସେହିପରି ଛେଳି ମାଂସ ବିରିୟାନି ଠାରୁ ଆରମ୍ଭ କରି କେବଳ ହିମାଳୟରେ ଉପଲବ୍ଧ ‘ଦମ୍ ଗୁଚ୍ଚି ମଟର’ ନାମକ ଏକ ବିରଳ ଓ ବହୁମୂଲ୍ୟ ଛତୁ (କିଲୋପ୍ରତି ମୂଲ୍ୟ ୩୦ ହଜାର)ର ବିରିୟାନି ସହ ଅନ୍ୟ ବ୍ୟଞ୍ଜନ, ମିଣ୍ଟ୍ ରାଇତା ଓ ‘ଡାଲ ରାଇସିନା’ ପର୍ଯ୍ୟନ୍ତ ଅନେକ ବ୍ୟଞ୍ଜନ। ସେହିପରି ମିଠାରେ ରହିଛି ହାଜଲନଟ୍- ଆପଲ ଏବଂ ଭାନିଲା ଆଇସ୍ କ୍ରିମ୍ ଠାରୁ ଆରମ୍ଭ କରି ରାବ୍ଡ଼ି ସହ ମାଲପୁଆ ଓ ଗାଜର ହାଲୁଆ ପର୍ଯ୍ୟନ୍ତ ଆହୁରି ଅନେକ ବ୍ୟଞ୍ଜନ।
ରାଷ୍ଟ୍ରପତିଙ୍କ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉପ ରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍. ବିର୍ଲା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରହମନ୍ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Trump-Dinner-in-Rashtrapati-Bhawan_Thumbnail.jpg)