ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟ ଯାଇଛନ୍ତି। ରାଜଘାଟ ଯାଇ ସେଠାରେ ସମାଧି ପୀଠରେ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି | ରାଜଘାଟରେ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ | ଏହା ପୂର୍ବରୁ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା |
/sambad/media/post_attachments/wp-content/uploads/2020/02/ERmNCbCU8AAbHZr.jpg)
ଦେଶର ତିନି ସେନା ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରା ଯାଇଥିଲା। ଗାର୍ଡ ଅଫ୍ ଅନରର ନେତୃତ୍ୱ ନେଇଥିଲେ ଲେଫ୍ଟନାଣ୍ଟ ଆଶିଷ ଠାକୁର। ରାଷ୍ଟପତି ଭବନ ପ୍ରଙ୍ଗଣରେ ଗାର୍ଡ ଅଫ୍ ଅନର ଗ୍ରହଣ କରିବାରେ ଟ୍ରମ୍ପ ହେଉଛନ୍ତି ସପ୍ତମ ଆମେରିକୀୟ ରାଷ୍ଟ୍ରପତି।
ଏଠାରେ ସୂଚନା ଥାଉ କି ରାଜଘାଟରେ ଶ୍ରଦ୍ଧା ସୁମନ ଅର୍ପଣ ପରେ ହାଇଦ୍ରାବାଦ ହାଉସ୍କୁ ଯିବେ ଏବଂ ସେଠାରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବାକୁ ଥିବା ଦ୍ୱିପାକ୍ଷିକ ଶିଖର ବୈଠକରେ ଅଂଶଗ୍ରହଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ERmNPBpU0AA033l.jpg)