ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି କୋଭିଡ ସଂକ୍ରମିତ ହେବା ପରେ ତାଙ୍କୁ ‘ୱାଲ୍ଟର ରିଡ୍ ନ୍ୟାସନାଲ୍ ମିଲିଟାରି ମେଡିକାଲ୍ ସେଣ୍ଟର୍’ରେ ଭର୍ତ୍ତି କରାଯାଇଛି। ଟ୍ରମ୍ପ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କେଲେଗ୍ ମେକ୍ନାନି କହିଛନ୍ତି। ଟ୍ରମ୍ପ୍ ଅକ୍ସିଜେନ୍ ସହାୟତା ଆବଶ୍ୟକ କରୁନାହାନ୍ତି ଏବଂ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ତାଙ୍କର ଚିକିତ୍ସା କରାଯାଉଛି। ଟ୍ରମ୍ପ୍ଙ୍କୁ ରେମ୍ଡେସଭିର ଥେରାପି ଚିକିତ୍ସା ଦିଆଯାଉଛି। ସ୍ପେସାଲିଷ୍ଟ୍ମାନେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କର ରେମ୍ଡେସଭିର ଦ୍ବାରା ଚିକିତ୍ସା ପାଇଁ ସୁପାରିସ କରିଛନ୍ତି ବୋଲି ହ୍ବାଇଟ୍ ହାଉସ୍ ଡାକ୍ତର କହିଛନ୍ତି। ଟ୍ରମ୍ପ୍ଙ୍କୁ ରେମ୍ଡେସଭିର୍ର ପ୍ରଥମ ଡୋଜ୍ ଦିଆସରିଛି। ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍ ଗତକାଲି କରୋନା ସଂକ୍ରମିତ ହୋଇଥିବା ଘୋଷଣା କରିଥିଲେ। ରାଷ୍ଟ୍ରପତିଙ୍କୁ ଆଜି ମିଲିଟାରି ହସ୍ପିଟାଲ୍ ନିଆଯାଇଥିବାବେଳେ ମେଲାନିଆ ହ୍ବାଇଟ୍ ହାଉସ୍ରେ ରହିଛନ୍ତି। ତେବେ କରୋନା ସଂକ୍ରମିତ ହୋଇଥିବା ଘୋଷଣା କରିବାପରେ ଟ୍ରମ୍ପ୍ ଆଜି ଏକ କ୍ଷୁଦ୍ର ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଟ୍ରମ୍ପ୍ କହିଛନ୍ତି ସେ ଭଲ ଅଛନ୍ତି। ତାଙ୍କୁ ମିଳିଥିବା ସମର୍ଥନ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମେଲାନିଆଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ଅଛି ବୋଲି ଟ୍ରମ୍ପ୍ କହିଛନ୍ତି।
ସାମରିକ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ଟ୍ରମ୍ପ୍, ରେମ୍ଡେସଭିର ଥେରାପି ଦିଆଯାଉଛି
ଟ୍ରମ୍ପ୍ କହିଲେ ମୁଁ ଠିକ୍ ଅଛି
/sambad/media/post_attachments/wp-content/uploads/2020/10/trumpddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)