‘ଇରାନ୍‌ରେ ଆକ୍ରମଣ ପାଇଁ ଟ୍ରମ୍ପ୍‌ ଷଡ଼ଯନ୍ତ୍ର କରୁଛନ୍ତି’

ଦୁବାଇ : ଇରାନ୍‌ ବିଦେଶ ମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫ୍‌ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇରାନ୍‌ରେ ଆକ୍ରମଣ ପାଇଁ ଟ୍ରମ୍ପ୍‌ ଷଡ଼ଯନ୍ତ୍ର କରୁଛନ୍ତି। ଇରାନ୍‌ରେ ଆକ୍ରମଣ ପାଇଁ ଟ୍ରମ୍ପ୍‌ ବାହାନା କରିବାକୁ ଚେଷ୍ଟା କରୁଛନ୍ତ। ଇରାନ୍‌ ଏହାକୁ ଖୁବ୍‌ ଭଲଭାବେ ମୁକାବିଲା କରିପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଇରାନ୍‌ର ସର୍ବୋ‌ଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କର ଜଣେ ସାମରିକ ପରାମର୍ଶଦାତା ଏନେଇ ଟ୍ରମ୍ପ୍‌ଙ୍କୁ ଚେତାବନୀ ଦେଇଛନ୍ତି। ଆମେରିକୀୟମାନଙ୍କ ପାଇଁ ନୂଆବର୍ଷ ଦୁଃଖରେ ପରିଣତ ନ କରିବାପାଇଁ ସେ କହିଛନ୍ତି। ଜାରିଫ୍‌ ଟ୍ବିଟ୍‌ କରି କହିଛନ୍ତି, ଆମେରିକାରେ କୋଭିଡ୍‌ ବିରୋଧରେ ଲଢ଼େଇ ଜାରି ରଖିବା ପରିବର୍ତ୍ତେ ଟ୍ରମ୍ପ୍‌ ଇରାନ୍‌କୁ ବି୫୨ ବୋମାବର୍ଷୀ ବିମାନ ପଠାଉଛନ୍ତି। ଟ୍ରମ୍ପ୍‌ ନ ସୁଧୁରିଲେ ଆମେରିକୀୟମାନଙ୍କ ପାଇଁ ନୂ୍ଆବର୍ଷ ଅତି ଖରାପ୍‌ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର