ୱାଶିଂଟନ୍: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ, ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ। ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା  କୁହାଯାଉଛି। ବୈଦେଶିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ଆମେରିକା ରାଷ୍ଟ୍ରପତି ଭାରତ ସହିତ ଏହାର ବାଣିଜ୍ୟିକ ସମ୍ପର୍କକୁ ସନ୍ତୁଳିତ କରିବାକୁ କହିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ, ଡୋନାଲ୍ଡ ଟ୍ରମ୍ପ କାହିଁକି ଭାରତକୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବାକୁ ଚାହୁଁଛନ୍ତି?

Advertisment

ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଆମେରିକାର ରାଷ୍ଟ୍ରପତିଙ୍କ ହୃଦୟରେ ଲୁଚି ରହିଥିବା ମନ୍ଦ ଉଦ୍ଦେଶ୍ୟକୁ ବୁଝିବାକୁ ପଡିବ। ବାସ୍ତବରେ, ଆମେରିକା ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ, କିନ୍ତୁ ଆମେରିକା ସେହି ଅଳ୍ପ ଦେଶ ମଧ୍ୟରେ ଅଛି ଯେଉଁଥିରେ ଭାରତର ବାଣିଜ୍ୟ ଅଧିକ ପରିମାଣ ରହିଛି। ଅର୍ଥାତ୍ ଭାରତ ଆମେରିକାରେ ଅଧିକ ସାମଗ୍ରୀ ବିକ୍ରି କରିଥାଏ  ଏବଂ କମ୍ କିଣେ।  କିନ୍ତୁ  ଡୋନାଲ୍ଡ ଟ୍ରମ୍ପ ଏହାକୁ ସନ୍ତୁଳନ କରିବାକୁ ଚାହୁଁଛନ୍ତି।  ଡୋନାଲ୍ଡ ଟ୍ରମ୍ପ ଭାରତକୁ ଅସ୍ତ୍ର ବିକ୍ରୟ କରି ଆମେରିକାର ବାଣିଜ୍ୟ ନିଅଣ୍ଟ ହ୍ରାସ କରିବାକୁ ଚାହୁଁଛନ୍ତି।

ଗତ ଆର୍ଥିକ ବର୍ଷରେ ଭାରତ ଆମେରିକାରୁ ଯାହା କିଣିଛି ତା’ଠାରୁ ୩୫ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିଛି। ଏଥି ସହିତ, ଜୋ ବାଇଡେନ ପ୍ରଶାସନ ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ବ୍ୟାପକ ବୃଦ୍ଧି ଘଟିଥିଲା ​​ଏବଂ ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, ଚୀନ୍ ପଛକୁ ଆମେରିକା ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ହୋଇପାରିଛି।  ସୋମବାର ବିଳମ୍ବିତ ରାତିରେ ଯେତେବେଳେ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ହୋଇଥିଲା ସେତେବେଳେ ଟ୍ରମ୍ପ ଏହି ପ୍ରସଙ୍ଗ ଉଠାଇଥିଲେ।

ହ୍ବାଇଟ ହାଉସ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି, ଆମେରିକାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ କ୍ରୟକୁ ବୃଦ୍ଧି କରିବା ଉଚିତ୍ ଏବଂ ଦୁଇ ଦେଶ ମଧ୍ୟରେ ଉଚିତ ବାଣିଜ୍ୟିକ ସମ୍ପର୍କ ରହିବା ଜରୁରୀ।   ନୂଆଦିଲ୍ଲୀରେ ସେଣ୍ଟର ଫର ପଲିସି ରିସର୍ଚ୍ଚର ବରିଷ୍ଠ ପରିଦର୍ଶକ ରାନୀ ମଲେନ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ, ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ ରହିବ। ତଥାପି କାରବାର ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଠାରୁ କିଛି ଆଶା ରହିଛି । 

ଅଧିକ ପଢ଼ନ୍ତୁ: ପରଲୋକରେ ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା

ଭାରତ ବାଣିଜ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ ଆମେରିକା ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟିକ ଭାଗିଦାରୀ। ତେବେ ଆମେରିକା ଚୀନ୍ ଠାରୁ ଟିକେ ପଛରେ ରହିଛି।   ଜାନୁଆରୀରୁ ନଭେମ୍ବର ୨୦୨୪ଧ୍ୟରେ ଭାରତ ପକ୍ଷରୁ ଆମେରିକା ସହିତ ୩୫ବିଲିୟନ ଡଲାରର ବାଣିଜ୍ୟିକ ରେକର୍ଡ କରିଛି। ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବ୍ରିକ୍ସ ଦେଶ ଉପରେ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି ଡଲାର ବ୍ୟତୀତ ଅନ୍ୟ ଏକ ମୁଦ୍ରା ସୃଷ୍ଟି କରିବାକୁ କୌଣସି ପ୍ରୟାସ କରାଯାଏ, ତେବେ ବ୍ରିକ୍ସ ଦେଶଗୁଡିକ ଉପରେ ଶୁଳ୍କ ଲାଗୁ ହେବ, ଯେଉଁଥିରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ।

ତେବେ ସୋମବାର ବିଳମ୍ବିତ ରାତିରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ 'ପ୍ରିୟ ବନ୍ଧୁ' ବୋଲି ସମ୍ବୋଧନ କରିଛନ୍ତି ଏବଂ ପରେ ୱାଶିଂଟନରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ବୋଧହୁଏ ଫେବ୍ରୁଆରିରେ ହ୍ବାଇଟ ହାଉସ ପରିଦର୍ଶନ କରିବେ।  ଯଦି ମୋଦୀଙ୍କ ଗସ୍ତ ପ୍ରକୃତରେ ଫେବ୍ରୁଆରିରେ ହୁଏ, ତେବେ ସେ ପ୍ରଥମ ବିଦେଶୀ ନେତା ହେବେ ଯିଏ ଟ୍ରମ୍ପଙ୍କ ୨.୦ରେ ହ୍ବାଇଟ ହାଉସ ପରିଦର୍ଶନ କରିବେ।

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କଲେ ମୋଦୀ