ଭାରତର ହସମୁଖ ଦରିଦ୍ରଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌ଙ୍କ ପୁଅ

ନୂଆଦିଲ୍ଲୀ: ସପ୍ତାହକ ପାଇଁ ଭାରତ ଗସ୍ତରେ ଆସିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପୁଅ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜୁନିଅର୍‌ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ମଧ୍ୟ ମୁହଁରେ ହସ ରଖି ପାରୁଥିବା ଦରିଦ୍ର ଭାରତୀୟମାନଙ୍କୁ ପ୍ରଶଂସା କରିଛନ୍ତି।

କନିଷ୍ଠ ଟ୍ରମ୍ପ୍‌ କହିଲେ ଯେ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରେ ଦେଖା ଦେଉଥିବା ଉଚ୍ଛ୍ୱାସ ଠାରୁ ଏ ଦେଶର ‘ଉଚ୍ଛ୍ୱାସ’ ଭିନ୍ନ ହୋଇଥିବାରୁ ଏ ଦେଶ ‘ଅପୂର୍ବ’ ହୋଇ ପାରିଛି।

ଏକ ଅଗ୍ରଣୀ ଭାରତୀୟ ଚାନେଲ୍‌କୁ ମଙ୍ଗଳବାର ଦିନ କନିଷ୍ଠ ଟ୍ରମ୍ପ୍‌ କହିଛନ୍ତି: ମୁଁ ଅତିରଞ୍ଜିତ କରିବାକୁ ଚାହେଁ ନାହିଁ, କିନ୍ତୁ ଏଠାରେ ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ହୋଇ ମଧ୍ୟ ଜଣେ ହସି ପାରୁଛି।

ବିଶ୍ୱର କେତେକ ସବୁଠୁ ସଫଳ ବ୍ୟବସାୟୀଙ୍କୁ ମୁଁ ଜାଣେ। ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱର ସବୁଠୁ ଦୁଃଖୀ ମଣିଷ।

ଟ୍ରମ୍ପ୍‌ଙ୍କ ଦାୟଦ ଚାରିଟି ସହରରେ ତାଙ୍କ ପାରିବାରିକ ରିୟଲ୍‌ ଇଷ୍ଟେଟ୍‌ ଏମ୍ପାୟାର୍‌ ଏବଂ ଲକ୍‌ଜୁରି ଟ୍ରମ୍ପ୍‌ ଟାଓ୍ଵାର୍‌ ପ୍ରକଳ୍ପର ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି।

ମଙ୍ଗଳବାର ପ୍ରଥମାର୍ଦ୍ଧରେ କନିଷ୍ଠ ଟ୍ରମ୍ପ୍‌ ନୂଆଦିଲ୍ଲୀସ୍ଥିତ ଓବେରୟି ହୋଟେଲ୍‌ରେ ରିୟଲ୍‌ ଇଷ୍ଟେଟ୍‌ ଡେଭେଲପର୍‌ଙ୍କ ସହ ସାକ୍ଷାତ୍‌ କରିଥିଲେ।

ସମ୍ବନ୍ଧିତ ଖବର