ଟ୍ରମ୍ପଙ୍କ ମୁଣ୍ଡ କାମ କରୁନାହିଁ : ଗତକାଲି  କଥାବାର୍ତ୍ତା ରଦ୍ଦ କରିଥିଲେ, ଆଜି କହୁଛନ୍ତି କଥାବାର୍ତ୍ତା ହେବ

ଓ୍ଵାସିଂଟନ : ବୋଧହୁଏ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ  ମୁଣ୍ଡ କାମ କରୁନି । ଗତ କାଲି କହିଥିଲେ ଯେ ଉତ୍ତର-କୋରିଆ ସହ କିଛି  କଥା-ଫଥା ନାହିଁ । ସବୁ ବନ୍ଦ । କିନ୍ତୁ ଆଜି କହୁଛନ୍ତି ଯେ  କଥାବାର୍ତ୍ତା ହେବାର ରାସ୍ତା ଖୋଲା ଅଛି । ଆବଶ୍ୟକ ପଡିଲେ ପୂର୍ବ ନିର୍ଦ୍ଧାରିତ ତାରିଖ ଜୁନ ୧୨ ତାରିଖରେ ହୋଇପାରେ । ଆମେରିକାର ଆଲୋଚନା ବନ୍ଦ  ଘୋଷଣା ଆସିବା ପରେ ଗତ କାଲି ଉତ୍ତର କୋରିଆ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ଦେଶ ସବୁବେଳେ କଥାବାର୍ତ୍ତାର ଦ୍ୱାର ଖୋଲା ରହିଛି । ଏହା ବେଶ ସକାରାତ୍ମକ ସଂକେତ ବୋଲି ଆଜ ଟ୍ରମ୍ପ କହିଛନ୍ତି ।

ଗତକାଲି  ହ୍ଵାଇଟ ହାଉସ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କଥାବାର୍ତ୍ତା ରଦ୍ଦ ବିଷୟ ଘୋଷଣା କରାଯାଇଥିଲା । ଟ୍ରମ୍ପ କହିଥିଲେ ଯେ ଉତ୍ତରକୋରିଆ ପକ୍ଷରୁ ଦିଆଯାଇଥିବା ବକ୍ତବ୍ୟ ବେଶ ଦୁର୍ଭାଗ୍ୟଜନକ  ଥିଲା । ଏଥିରେ କ୍ରୋଧ ଓ ଧମକ ବେଶ ସ୍ପଷ୍ଟ ଜଣାପଡୁଥିଲା । ଏ ପରିପ୍ରେକ୍ଷୀରେ ଆଉ କଥାବାର୍ତ୍ତା କରିବା ଠିକ ହେବ ନାହିଁ । ଏହି ସୁଯୋଗ ଚାଲିଯାଇଛି, ଆଗକୁ ଆଶା କରୁଛି ଯେ କିମ୍‌ଙ୍କ ସହ ସାକ୍ଷାତ ହେବ । ଏହା ପୂର୍ବରୁ ଉତ୍ତରକୋରିଆ ଜୁନ ୧୨ରେ ହେବାକୁ ଥିବା କଥାବାର୍ତ୍ତାରୁ ଓହରିବା ପାଇଁ ଧମକ ଦେଇଥିଲା ଓ ଆବଶ୍ୟକ ପଡିଲେ ଆମେରିକା ସହ ପରମାଣୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି ବୋଲି ଚେତାବନୀ ଦେଇଥିଲା । ତେବେ କିମ ନିଜର ପୂର୍ବ ପ୍ରତିଶୃତି ମୁତାବକ ନିଜର ପରିମାଣୁ ପରୀକ୍ଷଣ ସ୍ଥଳରେ ଥିବା ଟନେଲଗୁଡ଼ିକୁ ଧ୍ୱଂସ କରିଦେଇଛନ୍ତି ।

 

 

 

ସମ୍ବନ୍ଧିତ ଖବର