ନୂଆଦିଲ୍ଲୀ: ସିଙ୍ଗାପୁରରେ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍୍ଡ ଟ୍ରମ୍ପ୍ ଏବଂ ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍୍ ଉନ୍୍ଙ୍କ ବୈଠକ ପରେ ଏହାର ସକରାତ୍ମକ ପ୍ରଭାବ ଭାରତ ଉପରେ ପଡ଼ିଛି। ଉତ୍ତର କୋରିଆ ସହିତ ଦ୍ୱିପାକ୍ଷିକ କୂଟନୈତିକ ଏବଂ ବାଣିଜ୍ୟିକ କାରବାର ବଢ଼ାଇବା ପାଇଁ ଭାରତ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବ ବୋଲି ଆଜି ସଙ୍କେତ ଦେଇଛି। ଉତ୍ତର କୋରିଆରେ ସ୍ଥାୟୀ ଶାନ୍ତି ପାଇଁ ରାସ୍ତା ସଫା ହୋଇଥିବାରୁ ଆଗକୁ ଏହାର ସୁଫଳ ମିଳିବ ବୋଲି ଭାରତ ଆଶା ପ୍ରକାଶ କରିଛି ଏବଂ ଉତ୍ତର କୋରିଆକୁ ବନ୍ଧୁ ରାଷ୍ଟ୍ର ବୋଲି କହିଛି। ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବା ବେଳେ ଉତ୍ତର କୋରିଆ ଏକଘରିଆ ହୋଇଥିବା ରାଷ୍ଟ୍ର। ତେବେ ଉଭୟ ଦେଶ ମଧ୍ୟରେ କେବେ ବି ସଂପର୍କ ତିକ୍ତ ହୋଇନାହିଁ। ଟ୍ରମ୍ପ୍-କିମ୍ ସାକ୍ଷାତର କିଛି ସପ୍ତାହ ପୂର୍ବରୁ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ ପୋଙ୍ଗୟାଙ୍ଗ (ଉତ୍ତର କୋରିଆର ରାଜଧାନୀ) ସହ ସଂପର୍କ ସ୍ଥାପନ କରିଥିଲେ ଏବଂ ଉତ୍ତର କୋରିଆକୁ ସଫଳ ଗସ୍ତ କରିଥିଲେ। ଉତ୍ତର କୋରିଆକୁ ବିଭିନ୍ନ ସମୟରେ ଭାରତ ସହାୟତା ଦେଇ ଆସିଛି । କଠୋର କଟକଣା ଭିତରେ ମଧ୍ୟ ଭାରତ ଉତ୍ତର କୋରିଆକୁ ଖାଦ୍ୟ ସାମଗ୍ରୀ ଏବଂ ଔଷଧ ଯୋଗାଣ ବନ୍ଦ କରିନଥିଲା।
ଟ୍ରମ୍ପ୍-କିମ୍ ଶିଖର ବୈଠକର ପ୍ରଭାବ : ଭାରତ-ଉତ୍ତର କୋରିଆ ଘନିଷ୍ଠତା ବଢ଼ିବ
/sambad/media/post_attachments/wp-content/uploads/2018/06/Flag-Pins-North-Korea-India.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)