ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜଣେ ‘ନିୟମିତ ମିଛୁଆ’ ଭାବେ ଚର୍ଚ୍ଚାରେ ରହିଛନ୍ତି। ସେ ଅଧିକାଂଶ ସମୟରେ ମିଛ କହିଥାନ୍ତି। ଜଣେ ଗଣମାଧ୍ୟମ ପ୍ରତିନିଧି ଟ୍ରମ୍ପ୍ଙ୍କ ଏଭଳି ଅଭ୍ୟାସ ସମ୍ପର୍କରେ ଏକ ବ୍ଲଗ୍ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଟ୍ରମ୍ପ୍ ଅନେକ ବାର ମିଛ କହିଛନ୍ତି। ନିକଟ ଅତୀତରେ ମଧ୍ୟ ଏଭଳି କିଛି ମିଛ କଥା ସେ କହିଥିଲେ। ସଦ୍ୟତମ ଘଟଣାରେ ଟ୍ରମ୍ପ୍ ତାଙ୍କ ପିତାଙ୍କ ଜନ୍ମସ୍ଥାନକୁ ନେଇ ମିଛ କହିଛନ୍ତି। ଟ୍ରମ୍ପ୍ଙ୍କ ସମ୍ପର୍କରେ ସବୁ ଜାଣିଥିବା ଲୋକମାନଙ୍କୁ ଏହା ନିଶ୍ଚିତ ଅଡ଼ୁଆ ଲାଗିଥିବ। ଏଭଳି କି ତାଙ୍କର ଜଣେ ସମର୍ଥକ ମଧ୍ୟ ଏ ନେଇ ସ୍ପଷ୍ଟ କରି କହିଛନ୍ତି, ଟ୍ରମ୍ପ୍ ତାଙ୍କ ପିତାଙ୍କ ଜନ୍ମସ୍ଥାନକୁ ନେଇ ମିଛ କହିଛନ୍ତି। ତାଙ୍କ ପିତା ଜର୍ମାନୀରେ ଜନ୍ମ ହୋଇନାହାନ୍ତି ବୋଲି ସମର୍ଥକ ଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ୟୁରୋପୀୟ ସଂଘ (ଇୟୁ)ର ନେତାମାନଙ୍କୁ ରପବ୍ଲିକାନ୍ ପାର୍ଟି ନେତା ଟ୍ରମ୍ପ୍ ଭେଟିଥିଲେ। ଏହି ଅବସରରେ ସେ ସିବିଏସ୍ ନ୍ୟୁଜ୍କୁ ଏକ ସାକ୍ଷାତକାର ଦେଇ କହିଥିଲେ, ଭୁଲ ନାହିଁ ଯେ ଇୟୁ କ୍ଷେତ୍ରରେ ହିଁ ମୋ ପିତାମାତା ଜନ୍ମ ନେଇଥିଲେ। ମୋ ମାଆ ସ୍କଟ୍ଲାଣ୍ଡରେ ଜନ୍ମ ହୋଇଥିଲା ବେଳେ ପିତା ଜର୍ମାନୀରେ ଜନ୍ମଲାଭ କରିଥିଲେ। ତେଣୁ ସେ ଉକ୍ତ ଦେଶଗୁଡ଼ିକୁ ଭଲପାଆନ୍ତି ବୋଲି ଟ୍ରମ୍ପ୍ ଦର୍ଶାଇଥିଲେ। କିନ୍ତୁ ପ୍ରକୃତରେ ଟ୍ରମ୍ପ୍ଙ୍କ ପିତା ଫ୍ରେଡ୍ ଟ୍ରମ୍ପ୍ ନ୍ୟୁୟର୍କରେ ଜନ୍ମ ହୋଇଥିଲେ। ତେବେ ଟ୍ରମ୍ପ୍ କୌଣସି ପ୍ରକାର ସଙ୍କୋଚ ନ କରି ଏଭଳି ଭାବେ ମିଛ କହୁଥିବା ରିପୋର୍ଟରେ ଅନୁମାନ କରାଯାଇଛି। ଟ୍ରମ୍ପ୍ଙ୍କ ମିଛ ଟ୍ଵିଟ୍ ମଧ୍ୟ ଅନେକ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁୂ ପାଲଟିଥାଏ।
ଟ୍ରମ୍ପ୍ଙ୍କ ମିଛ:ଧରାପଡ଼ିଲେ ବି ସଙ୍କୋଚ ନାହିଁ
ପରିବାରକୁ ନେଇ ବି ମିଛ
/sambad/media/post_attachments/wp-content/uploads/2018/07/trump-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)