ୱାସିଂଟନ: ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗାଜା ଶାନ୍ତି ଯୋଜନା ଘୋଷଣା କରିଛନ୍ତି। ଏହା କାର୍ଯ୍ୟକ‌ାରୀ ହେଲେ ଇସ୍ରାଏଲ-ହମାସ ମଧ୍ୟରେ ଗତ ଦୁଇବର୍ଷ ଧରି ଚାଲିଥିବା ଯୁଦ୍ଧରେ ପରିସମାପ୍ତି ଘଟିବ। ଉଭୟ ଇସ୍ରାଏଲ ଓ ହମାସ୍‌ ପକ୍ଷରୁ ଶାନ୍ତି ଯୋଜନା ଗ୍ରହଣୀୟ ହେଲେ ସମସ୍ତ ପଣବନ୍ଦୀଙ୍କୁ ୭୨ ଘଣ୍ଟା ମଧ୍ୟରେ ମୁକ୍ତ କରାଯିବ ବୋଲି କୁହାଯାଇଛି। ହ୍ବାଇଟ୍ ହାଉସ୍‌ ପକ୍ଷରୁ ପ୍ରସ୍ତୁତ ଶାନ୍ତି ପ୍ରସ୍ତାବରେ ରହିଛି ଗାଜାରେ ଅସ୍ଥାୟୀଭାବେ ଏକ ଅଣରାଜନୈତିକ ସରକାର ରହିବ। ଇସ୍ରାଏଲ ଏହାକୁ ଅଧିଗ୍ରହଣ କରିବ ନାହିଁ। ଅସ୍ଥାୟୀ ସରକାରରେ ପାଲିଷ୍ଟିନୀୟଙ୍କ ସମେତ ବିଶ୍ବର ବିଭିନ୍ନ ଦେଶର ବି‌ଶେଷଜ୍ଞ ରହିବେ। ‌ଇସ୍ରାଏଲ ଏହି ଯୋଜନା ପ୍ରତି ରାଜି ହୋଇଥିବାରୁ ନେତାନ୍ୟାହୁଙ୍କୁ ଟ୍ରମ୍ପ ଧନ୍ୟବାଦ ଦେଇଥିଲେ। ଆଜି ଶାନ୍ତି ପାଇଁ ଏକ ଐତିହାସିକ ଦିନ। ଚାଲନ୍ତୁ ଏହାକୁ କହିବା ମଧ୍ୟପ୍ରାଚ୍ୟରେ ଚିର ଶାନ୍ତିର ଦିନ। ରାଜିନାମା ହମାସ ଓ ଅନ୍ୟ ପକ୍ଷର ଗ୍ରହଣୀୟ ହେବା 

Advertisment

ହ୍ବାଇଟ୍‌ ହାଉସରୁ ଫୋନ୍‌ ଯୋଗେ କତାର ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଲେ ନେତାନ୍ୟାହୁ 

ନେଇ ସେ ‌ଦୃଢ଼ ଅଶାବାଦୀ ଅଛନ୍ତି। ଯଦି ଏହା ଗ୍ରହଣୀୟ ହୁଏ ତା’ହେଲେ ଯୁଦ୍ଧ ତୁରନ୍ତ ବନ୍ଦ ହେବ। ସବୁ ପଣବନ୍ଦୀଙ୍କୁ ମୁକ୍ତ କରିବା ପ୍ରସ୍ତାବରେ  ଯଦି ହମାସ ରାଜି ହୁଏ ତା’ହେଲେ ଯୁଦ୍ଧର ଅବସାନ ଘଟିବ। ଏଥିସହିତ ଗାଜାକୁ ସାମରିକ ଶକ୍ତିରୁ ମୁକ୍ତ କରାଯିବା ସହିତ ଇସ୍ରାଏଲୀ ବାହିନୀକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରାଯିବ। ହମାସଠାରୁ ସକାରାତ୍ମକ ଉତ୍ତର ମିଳିବା ନେଇ ଟ୍ରମ୍ପ ଆଶାବାଦୀ ଥିବା କହିଛନ୍ତି। ଟ୍ରମ୍ପଙ୍କ କହିବାନୁଯାୟୀ, ଶାନ୍ତି ପାଇଁ ଏକ ପରିଷଦ ଗଠନ ହେବ। ଉକ୍ତ ପରିଷଦ ପରିସ୍ଥିତିର ଅନୁଧ୍ୟାନ କରିବ। ଗାଜା ପାଇଁ ଏକ ନୂଆ ପରିଚାଳନା କର୍ତ୍ତୃପକ୍ଷ ଗଠନ ହେବ। ଏଥିରେ ପାଲିଷ୍ଟେନୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧିମାନେ ରହିବେ। ହ୍ବାଇଟ୍ ହାଉସ୍‌ ପକ୍ଷରୁ ପ୍ରକାଶ ହୋଇଥିବା ୨୦ ସୂତ୍ରୀ ଯୋଜନାରେ ଏକ ଅସ୍ଥାୟୀ ପରିଚାଳନା ପରିଷଦ ଗଠନ କରାଯିବ ଯାହାର ନେତୃତ୍ବ ଟ୍ରମ୍ପ ନେବେ। ଏଥିରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ରହିବେ। ପାଲିଷ୍ଟେନୀୟମାନଙ୍କୁ ଗାଜା ଛାଡ଼ିବାକୁ ପଡ଼ିବନି। ତେବେ ଟ୍ରମ୍ପ ଶାନ୍ତି ପାଇଁ ପ୍ରଚେଷ୍ଟା କରୁଥିବାବେଳେ ହମାସ ଯଦି ଏହାକୁ ପ୍ରତ୍ୟାଖ୍ୟାନ କରେ ତା’ହେଲେ ଇସ୍ରାଏଲକୁ ୱାସିଂଟନର ସମର୍ଥନ ଜାରି ରହିବ। ହମାସକୁ ସଂପୂର୍ଣ୍ଣ ଧ୍ବଂସ କରିବା ପାଇଁ ତାଙ୍କର ସମର୍ଥନ ରହିବ ବୋଲି ଟ୍ରମ୍ପ କହିଛନ୍ତି। ଏହି ଅବସରରେ ଚଳିତ ମାସରେ ଦୋହାରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ହ୍ବାଇଟ ହାଉସରୁ ଫୋନ ଯୋଗେ ନେତାନ୍ୟାହୁ କତାର ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଛନ୍ତି। କତାର ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ପୂର୍ବରୁ ଟ୍ରମ୍ପ କ୍ଷୁବ୍ଧ ଥିଲେ।

ଶାନ୍ତି ପ୍ରସ୍ତାବ ଉଭୟ ପକ୍ଷ ଦ୍ବାରା ଗ୍ରହଣୀୟ ହେଲେ ୨୦୨୩ ଅକ୍ଟୋବର ୭ ଆକ୍ରମଣରେ ପଣବନ୍ଦୀଭାବେ ହମାସ ରଖିଥିବା ମୃତ ଓ ଜୀବିତବ୍ୟକ୍ତିମାନଙ୍କୁ ଛାଡ଼ିବ। ଅନ୍ୟପକ୍ଷରେ ଇସ୍ରାଏଲ ୨୫୦ ଆଜୀବନ କଏଦୀଙ୍କୁ ମୁକ୍ତ କରିବ। ଶାନ୍ତି ପ୍ରସ୍ତାବ ଗ୍ରହଣ ହେବାମାତ୍ରେ ତୁରନ୍ତ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ। ସେହିଭଳି ପାଲିଷ୍ଟିନୀୟ ଓ ଇସ୍ରାଏଲୀଙ୍କ ମିଳିତ ସହାବସ୍ଥାନ ପାଇଁ ଆମେରିକା ଆଲୋଚନାକୁ ଆଗକୁ ବଢ଼ାଇବ। ଶାନ୍ତି ପ୍ରସ୍ତାବରେ ଏହା ମଧ୍ୟ କୁହାଯାଇଛି ଗାଜାର ଭବିଷ୍ୟତରେ ହମାସର କୌଣସି ଭୂମିକା ରହିବ ନାହିଁ। ନେତାନ୍ୟାହୁ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରିଥିବାବେଳେ ହମାସ କି ପଦକ୍ଷେପ ନେଉଛି ତାହା ଉପରେ ଆଖି ରହିଛି।