ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ୍ ମସ୍କ କଞ୍ଜର୍ଭେଟିଭ୍ କାର୍ଯ୍ୟକର୍ତ୍ତା ଚାର୍ଲି କିର୍କଙ୍କ ପାଇଁ ଏକ ସ୍ମାରକୀରେ ଏକତ୍ରିତ ହୋଇ ଗୋଟିଏ ମଞ୍ଚରେ ପାଖାପାଖି ବସିଥିଲେ। ହ୍ୱାଇଟ୍ ହାଉସ୍ ରବିବାର ଏହାର ଫଟୋ ମଧ୍ୟ ପୋଷ୍ଟ କରିଛି। ଆରିଜୋନାର ଗ୍ଲେଣ୍ଡେଲରେ ଥିବା ଷ୍ଟେଟ୍ ଫାର୍ମ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଭୟ ନେତା ହାତ ମିଳାଇଥିଲେ। କିଛି ସମୟ ପାଇଁ କଥା ହୋଇଥିଲେ।
ଚାର୍ଲି କିର୍କ ୧୦ ସେପ୍ଟେମ୍ବରରେ ଉତହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ମୃତ୍ୟୁବରଣ କରିଥିଲେ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏକଦା ଅବିଚ୍ଛେଦ୍ୟ ମନେ ହେଉଥିବା ଟ୍ରମ୍ପ ଓ ମସ୍କ ସବୁଦିନ ପାଇଁ ଅଲଗା ହୋଇଯାଇଥିବା ପରି ମନେ ହେଉଥିଲା। ପ୍ରଥମେ ଲାଗୁଥିଲା କୌଣସି ଜିନିଷ ସେମାନଙ୍କ ବନ୍ଧୁତ୍ବକୁ ଭାଙ୍ଗି ପାରିବ ନାହିଁ କାରଣ ଟେକ୍ ବିଲିୟନେୟାର ଟ୍ରମ୍ପଙ୍କ ପୁନଃନିର୍ବାଚନକୁ ସମର୍ଥନ କରିଥିଲେ ଏବଂ ରିପବ୍ଲିକାନ୍ ରାଷ୍ଟ୍ରପତି ସରକାରଙ୍କ ଏଜେନ୍ସିଗୁଡିକ ଉପରେ ତାଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦେଇଥିଲେ। ତଥାପି ଟ୍ରମ୍ପଙ୍କ ‘ବିଗ୍ ବିଉଟିଫୁଲ ବିଲ୍’କୁ ନେଇ ଦୁହିଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହେଲା ଓ ବନ୍ଧୁତ୍ବ ଭାଙ୍ଗିଗଲା। ଟେସଲା ସିଇଓ ଆମେରିକା ରାଷ୍ଟ୍ରପତିଙ୍କ ଟିକସ ବିଲ୍କୁ ସମାଲୋଚନା କରିବା ପରେ ବିବାଦ ଆରମ୍ଭ ହୋଇଥିଲା।