ଓସ୍ଲୋ: ୨୦୨୧ ମସିହା ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ମନୋନୟନ କରାଯାଇଛି। ନରୱେ ସାଂସଦ ତାଇବ୍ରିଙ୍ଗ୍ ଜିଜେଦି ଟ୍ରମ୍ପଙ୍କ ନାମକୁ ଦ୍ବିତୀୟ ଥର ପାଇଁ ମନୋନୀତ କରିଛନ୍ତି ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଇସ୍ରାଏଲ୍ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ସ୍ବାକ୍ଷର ହୋଇଥିବା ଶାନ୍ତି ରାଜିନାମା ସମେତ ଇରାକରୁ ଆମେରିକାର ସେନା ପ୍ରତ୍ୟାହାର କାର୍ଯ୍ୟ ପାଇଁ ସେ ଟ୍ରମ୍ପଙ୍କ ନାମ ନୋବେଲ କମିଟିକୁ ପଠାଇଛନ୍ତି। ପୂର୍ବରୁ ଉତ୍ତର କୋରିଆ ସହିତ ସମ୍ପର୍କରେ ସୁଧାର ଆଣିବା ନିମନ୍ତେ ଟ୍ରମ୍ପ ଗ୍ରହଣ କରିଥିବା ପଦକ୍ଷେପ ପାଇଁ ୨୦୧୯ରେ ସେ ତାଙ୍କ ନାମ ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ନୋବେଲ ପୁରସ୍କାର ପାଇଁ ଜଣେ ବ୍ୟକ୍ତି ବା ସଂସ୍ଥାର ନାମକୁ ବିଭିନ୍ନ ଦେଶର ସାଂସଦ, ସରକାର, ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକଙ୍କ ସମେତ ନୋବେଲ ବିଜେତାମାନେ ପ୍ରସ୍ତାବ ଦେଇପାରିବା ବ୍ୟବସ୍ଥା ରହିଛି।
ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ
/sambad/media/post_attachments/wp-content/uploads/2020/08/trump-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)