ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଗାଜାରେ ଯୁଦ୍ଧବିରତି ଏବଂ ବନ୍ଧକଙ୍କ ମୁକ୍ତି ସମ୍ପର୍କରେ ହମାସ ବୋଧହୁଏ ଆଉ କୌଣସି ଚୁକ୍ତି କରିବାକୁ ଚାହୁଁନାହିଁ। ସେ କହିଛନ୍ତି ଯେ ଏବେ କେବଳ କିଛି ପଣବନ୍ଦୀ ବାକି ଅଛନ୍ତି, ଯାହା ଯୋଗୁଁ ହମାସ ପାଖରେ ବୁଝାମଣା କରିବାର କୌଣସି ଦୃଢ଼ କାରଣ ନାହିଁ।
ୱାଶିଂଟନରେ ସ୍କଟଲ୍ୟାଣ୍ଡ ଯିବା ପୂର୍ବରୁ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ, 'ଏବେ ଆମେ ଶେଷ ବନ୍ଧକଙ୍କ ପାଖରେ ପହଞ୍ଚିଛୁ ଏବଂ ହମାସ ଜାଣେ ଯେ ଏହା ପରେ କ'ଣ ହେବାକୁ ଯାଉଛି। ସେଥିପାଇଁ ସେମାନେ କୌଣସି ବୁଝାମଣା କରୁନାହାନ୍ତି।' ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଏବେ ହମାସ ନେତାମାନଙ୍କୁ 'ଶିକାର ପରି ଖୋଜା' କରାଯିବ। ଏହାର ଅର୍ଥ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।
ଯେତେବେଳେ ତାଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଦେବା ପାଇଁ ଯୁକ୍ତି କରୁଥିବା ବିଷୟରେ ପଚରାଯାଇଥିଲା, ଟ୍ରମ୍ପ କହିଥିଲେ ଯେ ଏହି ନିଷ୍ପତ୍ତିର କୌଣସି ବିଶେଷ ଗୁରୁତ୍ୱ ନାହିଁ। ତଥାପି, ସେ ମାକ୍ରୋନଙ୍କୁ 'ଜଣେ ଭଲ ବ୍ୟକ୍ତି' ବୋଲି ବର୍ଣ୍ଣନା କରିଥିଲେ।