ଓ୍ବାସିଂଟନରେ ହିନ୍ଦୁ ଗଣହତ୍ୟା ସ୍ମାରକୀ ନିର୍ମାଣ କରିବି : ଟ୍ରମ୍ପ୍

ଫ୍ଲୋରିଡା : ଆସନ୍ତା ୨୦୨୪ରେ ଆମେରିକାରେ ନିର୍ବାଚନ ଥିବାବେଳେ ଏବେଠାରୁ ପ୍ରଚାର ଆରମ୍ଭ କରିଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି କ୍ରମରେ ସେ ଆମେରିକୀୟ ହିନ୍ଦୁମାନଙ୍କୁ ଅକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ।

ସେ କହିଛନ୍ତି ଯେ, ହିନ୍ଦୁଫୋବିଆ ବା ହିନ୍ଦୁମାନଙ୍କ ବିରୋଧରେ ଘୃଣାର ପ୍ରସାର କରାଯାଉଛି ଓ ୨୦୨୪ରେ ତାଙ୍କ ସରକାର ଆସିଲେ ଓ୍ବାସିଂଟନରେ ଏକ ହିନ୍ଦୁ ଗଣହତ୍ୟା ସ୍ମାରକୀ ନିର୍ମାଣକୁ ସେ ସମର୍ଥନ କରିବେ ।

ଫ୍ଲୋରିଡ଼ାଠାରେ ଥିବା ଟ୍ରମ୍ପଙ୍କ ମାର-ଏ-ଲାଗୋ ରିଜୋର୍ଟରେ ରିପବ୍ଲିକାନ ହିନ୍ଦୁ କୋଲିସନ ପକ୍ଷରୁ ଆୟୋଜିତ ଏକ ଦିପାବଳୀ ସମାରୋହରେ ଯୋଗ ଦେଇ ଟ୍ରମ୍ପ କହିଛନ୍ତି ତାଙ୍କୁ ହିନ୍ଦୁମାନଙ୍କ ସମର୍ଥନ ସବୁବେଳେ ରହିଆସିଛି । ୨୦୧୬ରେ ତାଙ୍କ ବିଜୟ ପଛରେ ହିନ୍ଦୁମାନଙ୍କ ବଡ଼ ସମର୍ଥନ ଥିଲା । ସେହିପରି ୨୦୨୦ରେ ବି ତାଙ୍କୁ ହିନ୍ଦୁମାନେ ସମର୍ଥନ କରିଥିଲେ । ୨୦୨୪ରେ ସେ ରାଷ୍ଟ୍ରପତି ନିର୍ବାଚନରେ ଜିତିଲେ ଭାରତ-ଆମେରିକା ସଂପର୍କକୁ ଆହୁରି ଉଚ୍ଚତାକୁ ନେଇଯିବେ । ସେ ମଧ୍ୟ ଜାତିସଂଘରେ ଭାରତ ସଂପର୍କିତ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ।

ତେବେ ଟ୍ରମ୍ପଙ୍କ ଏହି ବୟାନକୁ ନେଇ ଭାରତରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ପକ୍ଷରୁ ଏହାକୁ ସ୍ବାଭାବିକ ଭାବେ ସ୍ବାଗତ କରାଯାଇଥିବାବେଳେ ବିରୋଧୀ ଦଳମାନେ ଏହା ପଛରେ ଭୋଟ ବ୍ୟାଙ୍କ ରାଜନୀତି ଥିବା ଅଭିଯୋଗ କରିଛନ୍ତି । ଏପରିକି କେତେକ ବିରୋଧୀ ଦଳ ଏହା ପଛରେ ଆରଏସଏସ ଏଜେଣ୍ଡା ଥିବା କହିଛନ୍ତି ।

 

ସମ୍ବନ୍ଧିତ ଖବର