ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ରୁଷ ଏବଂ ଚୀନ୍ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, "ଏପରି ଲାଗୁଛି ଯେ ଆମେ 'ଗଭୀରତମ, ଅନ୍ଧକାରତମ' ଚୀନ୍ ହାତରେ ଭାରତ ଏବଂ ରୁଷକୁ ହରାଇ ଦେଇଛୁ। ସେମାନଙ୍କର ଏକ ଦୀର୍ଘ ଏବଂ ସମୃଦ୍ଧ ସମ୍ପର୍କ କାମନା କରୁଛୁ!" ତେବେ ଏ ସଂପର୍କରେ ଯେତେବେଳେ ପ୍ରତିକ୍ରିୟା ପଚରା ଗଲା ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି, ଆମର ଏବେ ଏହା ଉପରେ ମନ୍ତବ୍ୟ ଦେବା ପାଇଁ କିଛି ନାହିଁ।
/filters:format(webp)/sambad/media/media_files/2025/09/05/g0e2zt0weaaf_43-2025-09-05-17-43-43.jpg)
ଟ୍ରମ୍ପଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ବିଶ୍ୱ କୂଟନୀତିରେ ଭାରତର ଭୂମିକା ନିରନ୍ତର ମଜବୁତ ହେଉଛି ଏବଂ ଆମେରିକା ସହିତ ଏହାର ସମ୍ପର୍କ ତିକ୍ତ ହେଉଛି। କିନ୍ତୁ ଏହି ପୋଷ୍ଟ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି।
ଟ୍ରମ୍ପଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ଭାରତ ଉପରେ ୨ୟ ଓ ୩ୟ ପର୍ଯ୍ୟାୟ ଟାରିଫ ବସାଇବାକୁ ସେ ସଂକେତ ଦେଇଛନ୍ତି । ସେ କହିଥିଲେ ଯେ ଭାରତ ରୁଷରୁ କୋଟି କୋଟି ଡଲାର ମୂଲ୍ୟର ତେଲ କିଣୁଛି, ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆାଇନି ବୋଲି କହୁଛ ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/05/trump-1-2025-09-05-17-14-18.jpg)