ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ବହିଷ୍କାର କରିବେ ଟ୍ରମ୍ପ୍‌

ଓ୍ଵାସିଂଟନ: ରୁଷ୍‌-ଆମେରିକା ସଂପର୍କ ଦିନକୁ ଦିନ ତିକ୍ତ ହୋଇଉଠିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏଚଆର ମ୍ୟାକ୍‌ମାଷ୍ଟରଙ୍କୁ ବହିଷ୍କାର କରିବା ନିଷ୍ପତ୍ତି ନେଇଥିବା ଜଣାଯାଇଛି। ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ୍‌ଙ୍କୁ ବହିଷ୍କାର କରିବାର ୪ ଦିନ ପରେ ଏବେ ଏ ସଂକ୍ରାନ୍ତ ଚର୍ଚ୍ଚା ଆମେରିକା ରାଜନୀତିକୁ ସରଗରମ କରିଛି। ଉଭୟ ଟିଲରସନ ଏବଂ ମ୍ୟାକ୍‌ମାଷ୍ଟରଙ୍କ ପାଇଁ ଆମେରିକାର ଋଷ ନୀତି ପ୍ରଭାବଶାଳୀ ହୋଇପାରିନଥିବାରୁ ଟ୍ରମ୍ପ୍‌ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ବାବଦରେ ଓ୍ଵାସିଂଟନ୍‌ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ହ୍ଵାଇଟ୍‌ ହାଉସ ମୁଖପାତ୍ର ସାରା ସାଣ୍ଡର୍ସ ଏହାକୁ ଖଣ୍ଡନ କରି ଗଣମାଧ୍ୟମ ରିପୋର୍ଟ ମିଥ୍ୟା ତଥ୍ୟ ଉପରେ ଆଧାରିତ ଏବଂ ବିଭ୍ରାନ୍ତି ସୃଷ୍ଟିକାରୀ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର