ଵାସିଂଟନ୍: ଦୀର୍ଘ ମାସ ଧରି ଜାରି ରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧରେ ଲାଗିବ ବ୍ରେକ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଦାବି କରିଛନ୍ତି। କଠୋର ଶୀତରେ ଥରୁଛି ୟୁକ୍ରେନ୍, ହଇରାଣ ହେଉଛନ୍ତି ସେଠାକାର ସାଧାରଣ ଲୋକ। ତେଣୁ ଏହାକୁ ଦୃଷ୍ଟିରେ ରଖି କିଛିଦିନ ପାଇଁ ଯୁଦ୍ଧ ବିରତି କରିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନୁରୋଧ କରିଥିଲେ ଟ୍ରମ୍ପ, ଆଉ ତାଙ୍କର ଏହି ଅନୁରୋଧକୁ ପୁଟିନ୍ ରକ୍ଷା କରିଛନ୍ତି ବୋଲି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି।
ଗୁରୁବାର ଦିନ ହ୍ୱାଇଟ୍ ହାଉସରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ସେ ବ୍ୟକ୍ତିଗତ ଭାବରେ ରାଷ୍ଟ୍ରପତି ପୁଟିନଙ୍କୁ ଅନୁରୋଧ କରିଛନ୍ତି ଯେ ସେ କଠୋର ଶୀତ ସମୟରେ କିଭ୍ ଓ ଅନ୍ୟାନ୍ୟ ସହର ଉପରେ ଆକ୍ରମଣକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖନ୍ତୁ। ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଋଷ ବାରମ୍ବାର ୟୁକ୍ରେନର ବିଦ୍ୟୁତ୍ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ କରୁଛି, ଯାହା ଫଳରେ ସାରା ଦେଶରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ହେଖାଦେଇଛି। ଟ୍ରମ୍ପ୍ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ପୁଟିନ୍ ତାଙ୍କ ଅନୁରୋଧରେ ରାଜି ହୋଇଛନ୍ତି, କିନ୍ତୁ ଋଷ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକପଢ଼ନ୍ତୁ:ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ଚାଲିବ ଯୌତୁକ ନିର୍ଯାତନା ମାମଲା
‘ଋଷ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି’
ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଚେତାବନୀ ଦେଇ କହିଛନ୍ତି ଋଷ ଆଉ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ୟୁକ୍ରେନର ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଋଷ ବଡ଼ ଧରଣର ବିମାନ ଆକ୍ରମଣ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ସମ୍ବଳ ସଂଗ୍ରହ କରୁଛି। ଜେଲେନ୍ସକି ଏହା ମଧ୍ୟ ମନେ ପକାଇଛନ୍ତି ଯେ ଋଷ ପ୍ରାୟ ୮୦୦ ଡ୍ରୋନ୍, କ୍ରୁଜ୍ ମିସାଇଲ୍ ଏବଂ ବାଲିଷ୍ଟିକ୍ ମିସାଇଲ୍ ସହିତ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା, ବିଶେଷ କରି ଦେଶର ପାୱାର ଗ୍ରୀଡ୍ ଉପରେ ଟାର୍ଗେଟ କରିଥିଲା। ତେବେ ଏହି ସମସ୍ତ ଘଟଣା ଏପରି ସମୟରେ ଘଟୁଛି ଯେତେବେଳେ ଆମେରିକାର ମଧ୍ୟସ୍ଥତାରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଚାଲିଛି।
ଅଧିକପଢ଼ନ୍ତୁ: ତୋ ଭଉଣୀକୁ ମୁଁ ହତ୍ୟା କରୁଛି’, ଭାଇକୁ ଫୋନ୍ ଲାଇନରେ ରଖି ଭଉଣୀକୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/30/ad662567-1284-4206-a1e2-6fece8a63c07-2026-01-30-14-26-56.jpg)